କୃମିନାଶକ ଔଷଧ ଖାଇ ଛାତ୍ରୀ ଗୁରୁତର!

Get real time updates directly on you device, subscribe now.

ପାରଳାଖେମୁଣ୍ଡି,(ବି.ବି.ନ୍ୟୁଜ୍): କୃମିନାଶକ ଔଷଧ ଖାଇ ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟ ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି ।
ପାରଳାଖେମୁଣ୍ଡିସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଚଳିତ ମାସ ୮ତାରିଖରେ କୃମିନାଶକ ଔଷଧ ବଣ୍ଟନ କରାଯାଇ ସମସ୍ତ ପିଲାଙ୍କୁ ଖାଇବାକୁ ଦିଆଯାଇଥିଲା । ହେଲେ ଏହି ଔଷଧ ଖାଇଲା ପରେ ୬ଷ୍ଠ ଶେଣୀର ଛାତ୍ରୀ ସଂଘମିତ୍ରା ପ୍ରଧାନ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ । ସେଦିନ ଘରକୁ କୌଣସି ପ୍ରକାରେ ଚାଲିଯାଇଥିଲେ । ତେବେ ରାତିରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଫଳରେ ୯ ତାରିଖ ଦିନ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ ଉନ୍ନତି ନହେବାରୁ ୧୦ତାରିଖ ଦିନ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ରାୟ ୬ଦିନ ଚିକିତ୍ସିତ ହେବାପରେ ମଧ୍ୟ କୌଣସି ସୁଫଳ ମିଳିବା ବଦଳରେ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରେ ଲାଗିଲା । ଫଳରେ ଅଧିକ ଚିକିତ୍ସା ପାଇଁ ୧୬ତାରିଖରେ କଟକ ଶିଶୁ ଭବନକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ଏ ଭିତରେ ୩ଦିନ ବିତି ସାରିଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସେଭଳି କିଛି ଉନ୍ନତି ଆସିନାହିଁ । ତେଣୁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି । ଖବର ପାଇ ଜିଲ୍ଲାପାଳ ସମ୍ପୃକ୍ତ ଛାତ୍ରୀଙ୍କ ସମ୍ପର୍କରେ ତଥ୍ୟ ମଗାଇ ତାଙ୍କର ଚିକିତ୍ସା ପ୍ରତି ଅଧିକ ଧ୍ୟାନ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କୃମି ଔଷଧ ଖାଇ ଜଣେ ଛାତ୍ରୀ ଗୁରୁତର ହୋଇଥିଲେ ମଧ୍ୟ । ସ୍କୁଲ କର୍ତ୍ତୃପକ୍ଷ ନା ସ୍ୱାସ୍ଥ୍ୟ ବିଭାଗ କେହି କିଛି ଜଣାଇବା ପରିବର୍ତ୍ତେ ସମସ୍ତେ ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons