କୃଷି ବିଭାଗର ସାର ଚେକିଂ

Get real time updates directly on you device, subscribe now.

ଜୟପୁର: ଖରିଫ ଋତୁରେ ଜିଲ୍ଲାରେ ସାରର ଅଭାବ ନହେବା ଲାଗି କୃଷି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଷ୍ଟକ୍ ଯାଞ୍ଚ କାର୍ଯ୍ୟକ୍ରମ । ବିଭାଗୀୟ ଅଧିକାରୀମାନେ ବିଭିନ୍ନ ସରକାରୀ ଏବଂ ବେସରକାରୀ ପଞ୍ଜିକୃତ ଦୋକାନ ଉପରେ ଚଢଉ କରିଛନ୍ତି । ପିଓଏସ୍(ପଏଣ୍ଟ ଅଫ୍ ସେଲ୍)ଦର୍ଶାଉଥିବା ସାର ସହ ଗୋଦାମରେ ଥିବା ଷ୍ଟକ୍ ଯାଞ୍ଚ କରିଛନ୍ତି । ଉଭୟ ରିପୋର୍ଟ ସମାନ ନହେଲେ, ଆବଶ୍ୟକ ସାର ମିଳିବନି ବୋଲି ଡିଲରଙ୍କୁ ଚେତାବନୀ ଦିଆଯାଇଥିବା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ(ସିଡିଏଓ) ଭରତଚନ୍ଦ୍ର ନାଥ କହିଛନ୍ତି ।
ସହକାରୀ କୃଷି ନିଦେ୍ର୍ଧଶକ ଜି. ଭେଙ୍କେଟ ରେଡ୍ଡି କହିଛନ୍ତି, ଖରିଫ ଋତୁ ଆରମ୍ଭ ହୋଇଗଲାଣି । ଏବେ ଚାଷୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତଳି ଘେରା କାମ ସରିବା ପରେ ବିଭିନ୍ନ କିସମର ସାରର ଆବଶ୍ୟକତା ପଡ଼ିବ । ସେତେବେଳେ ଯେଭଳି ସାରର ସୁଷମ ବଣ୍ଟନ ହୋଇପାରିବ, ସେଥିପ୍ରତି ଅଧିକ ଫୋକସ୍ ଦିଆଯାଉଛି । ଚାଷୀମାନେ ସାର ଲାଗି ହଇରାଣ ନହେବାକୁ ବିଭାଗ ପ୍ରାଥମିକତା ଦେଉଛି । କିଛିଦିନ ପରେ ତଳି ପକାଇ ସାର ପ୍ରୟୋଗ କରାଯିବ । ସାରର ଅଭାବ ଯେମିତି ଦେଖାନଯାଏ, ସେଥିଲାଗି ଜିଲ୍ଲାର ପ୍ରତ୍ୟେକ ପଞ୍ଜୀକୃତ ଦୋକାନ ଯାଞ୍ଚ ଲାଗି ନିଦେ୍ର୍ଧଶ ମିଳିଛି । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିଦେ୍ର୍ଧଶକ ଏ ସମ୍ପର୍କିତ ନିଦେ୍ର୍ଧଶ ଜାରି କରିଛନ୍ତି । ପିଓଏସ୍ରେ ଅଧିକ ସାର ମହଜୁଦ ଥିଲେ, ସମ୍ପୃକ୍ତ ଜିଲ୍ଲାକୁ କୌଣସି ପ୍ରକାର ଫର୍ଟିଲାଇଜର ଯୋଗାଇ ଦିଆଯିବନି ବୋଲି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହାକୁ ଆଖିରେ ରଖି ସିଡିଏଓ ଷ୍ଟକ୍ ଯାଞ୍ଚ ନିଦେ୍ର୍ଧଶ ଦେଇଛନ୍ତି । ଜିଲ୍ଲାରେ କାମ କରୁଥିବା ପ୍ରତ୍ୟେକ ବିଭାଗୀୟ କର୍ମଚାରୀଙ୍କୁ ନେଇ ଯାଞ୍ଚ ଟିମ୍ ଗଠନ କରାଯାଇଛି । ଯାହାର ନେତୃତ୍ୱ ସିଡିଏଓ ନେଉଥିବା ବେଳେ ଏଡିଏ, ୪ ଜଣ କୃଷି ଜିଲ୍ଲା ଅଧିକାରୀ, ୧୪ ଜଣ ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ଭିଏଡବ୍ଲୁ୍ୟ ପ୍ରମୁଖ ଟିମ୍ରେ ରହିଛନ୍ତି । ସେମାନଙ୍କୁ ସପ୍ତାହର ଗୋଟିଏ ଦିନ ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ ସାର ଦୋକାନକୁ ଯାଇ ଷ୍ଟକ ମେଳକ କରିବାକୁ କୁହାଯାଇଛି । ଏ ପରିପ୍ରେକ୍ଷୀରେ ଗତ ସୋମବାର ଜିଲ୍ଲାର ପ୍ରାୟ ୭୦ଟି ପଞ୍ଜିକୃତ ସାର ଦୋକାନରେ ଚଢଉ କରାଯାଇଥିଲା । ପିଓଏସ୍ ଏବଂ ଗୋଦାମ ଷ୍ଟକ ଯାଞ୍ଚ କରାଯାଇଥିଲା । ଏହାର ରିପୋର୍ଟ ପ୍ରଦାନ ଲାଗି କର୍ମଚାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ରିପୋର୍ଟ ମିଳିଲେ ପରବର୍ତ୍ତି ପଦକ୍ଷେପ ନିଆଯିବ । ସେହିପରି ଜିଲ୍ଲାର ଚାଷୀ ଯେଉଁଭଳି ଉନ୍ନତମାନର ବିହନ ପାଇ ପାରିବେ, ସେଥିଲାଗି ବିଭିନ୍ନ ବ୍ଲକରେ ଥିବା ବିହନ ଦୋକାନ ଯାଞ୍ଚ କରାଯାଇଥିଲା । ‘ଓ’ ଫର୍ମ ନଥିବା ବିହନ ବିକ୍ରି ନକରିବାକୁ ଡିଲର୍ଙ୍କୁ ପରାମର୍ଶ ଦିଆଯାଇଥିଲା । ବିନା ‘ଓ ଫର୍ମ’ରେ ମାଲ ବିକିଲେ କାର୍ଯ୍ୟାନୁÂାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିବା ଶ୍ରୀ ରେଡ୍ଡୀ କହିଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons