କୃଷ୍ଣସାର ଶିକାର ଅଭିଯୋଗରେ ୨ ଗିରଫ

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ୍): କୃଷ୍ଣସାର ମୃଗ ଶିକାର ଅଭିଯୋଗରେ ଜଗନ୍ନାଥପ୍ରସାଦ ରେଞ୍ଜ ବନ କର୍ମଚାରୀମାନେ ସୋମବାର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟଚାଲଣ କରିଛନ୍ତି । ଗିରଫ ଦୁଇ ଜଣ ହେଲେ ସୁଦର୍ଶନ ପ୍ରଧାନ ଓ ପାଣ୍ଡବ ପ୍ରଧାନ । କୃଷ୍ଣସାରକୁ ଜବତ କରି ବ୍ୟବଚ୍ଛେଦ କରିବାପରେ ରେଞ୍ଜ ପରିସରରେ ପୋତି ଦିଆଯାଇଛି ।
ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବନାଞ୍ଚଳର ଗେରେଡା ସେକସନ୍ ସମ୍ବରବନ୍ଧ ବିଟ୍ର ବାଦୁଆ ଗ୍ରାମ ନିକଟରେ କୃଷ୍ଣସାର ଚଳପ୍ରଚଳ କରିଥାନ୍ତି । ବାଦୁଆ ଗ୍ରାମର କେତେକ ଶିକାରୀ ବିଦୁ୍ୟତ୍ ତାର ବିଛାଇଥିବାବେଳେ ରବିବାର ଗୋଟିଏ କୃଷ୍ଣସାରର ମୃତୁ୍ୟ ହୋଇଛି । କୃଷ୍ଣସାରକୁ ଗ୍ରାମକୁ ନେଉଥିବାସମୟରେ ବିଟ୍ର ବନରକ୍ଷୀ ପହଞ୍ଚି ୨ଜଣ ଶିକାରୀଙ୍କୁ ଧରିବା ସହ ମୃତ କୃଷ୍ଣସାରକୁ ଜବତ କରିଛନ୍ତି । ଜଗନ୍ନାଥପ୍ରସାଦ ରେଞ୍ଜକୁ ଆଣୁଥିବାବେଳେ ବାଦୁଆ ଗ୍ରାମର ବହୁ ଆଦିବାସୀ ପହଞ୍ଚି ବନ କର୍ମଚାରୀଙ୍କ ଠାରୁ ଅଭିଯୁକ୍ତମାନଙ୍କୁ ଛଡାଇ ନେଇଥିଲେ । ଡିଏଫଓ ଅଭୟ ଦଳାଇ ଖବର ପାଇ ଚଢ଼ଉ କରିଥିଲେ । ଜଗନ୍ନାଥପ୍ରସାଦ ରେଞ୍ଜର ଉମାକାନ୍ତ ଦାଶ ଗେରେଡା ବନପାଳ କଳାବଦନ ଦାସ, ଜଗନ୍ନାଥପ୍ରସାଦ ବନପାଳ ଇ.ଗଣେଶ, ବେଲଗୁଣ୍ଠା ବନପାଳ ରାମେଶ୍ୱରୀ ସାହୁ, ତାରାସିଂ ବନପାଳ ଅନୀଲ ପଣ୍ଡା, ଗାୟଗଣ୍ଡା ବନପାଳ ଜୀବନାନନ୍ଦ ତ୍ରିପାଠୀ, ବନରକ୍ଷୀ ଅଶୋକ ସେଠୀ, ପବିତ୍ର ମଲ୍ଲିକଙ୍କ ସମେତ ସ୍କ୍ୱାଡ୍ ଟିମ୍ ବାଦୁଆ ଗ୍ରାମରେ ଚଢ଼ଉ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସୋମବାର ଅଭିଯୁକ୍ତ ସୁଦର୍ଶନ ଓ ପାଣ୍ଡବଙ୍କୁ ଗିରଫ କରାଯାଇ ଭଞ୍ଜନଗର କୋର୍ଟକୁ ଚାଲଣ କରାଯାଇଛି । ସେମାନଙ୍କ ଜାମିନ ନାମଞ୍ଜୁର କାରଣରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons