କେନାଲରେ ୧୦ ଫୁଟର ଘାଇ

Get real time updates directly on you device, subscribe now.

ଭୁବନ: ସପ୍ତାହେ ପୂର୍ବେ ଉଦ୍ଘାଟିତ ହୋଇଥିବା କୁନିନ୍ଦା ଡିଷ୍ଟ୍ରିବୁ୍ୟଟାରୀ କେନାଲ୍ର ବନ୍ଧ ଭାଙ୍ଗିଛି । କେନାଲ୍ ବନ୍ଧରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇ ଚାଷ ଜମିକୁ ପାଣି ମାଡ଼ି ଯାଇଛି । ଯାହା ଫଳରେ ଶହଶହ ଏକର ଜମି ଜଳମଗ୍ନ ହୋଇ ଯାଇଛି । ଯାହାକୁ ନେଇ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି ।
ପ୍ରକାଶଯେ, ରେଙ୍ଗାଳି ବାମ ମୁଖ୍ୟ କେନାଲ୍ରୁ ବାହାରିଛନ୍ତି କୁନିନ୍ଦା ଡିଷ୍ଟି୍ରବୁ୍ୟଟାରୀ କେନାଲ୍ । ଏହି କେନାଲ୍ର ଧଳପଡ଼ା ଗାଁ ଚଣ୍ଡି ମନ୍ଦିର ନିକଟରେ ୧୦ ଫୁଟ ଘାଇ ସୃଷ୍ଟି ହୋଇ ପାଣି ଚାଷ ଜମିକୁ ମାଡ଼ି ଯାଇଛି । ପାଣି ମାଡ଼ି ଯାଇଥିବାରୁ କେନାଲ୍ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ତଳିଘେରା ଓ ଧାନଗଛ ସବୁ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନିମ୍ନମାନର କେନାଲ୍ ନିର୍ମାଣ କାମ ଯୋଗୁଁ ଏପରି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କାମ ସମ୍ପୁର୍ଣ୍ଣ କରାନଯାଇ ତରବରିଆଭାବେ କେନାଲ୍କୁ ଉଦ୍ଘାଟନ କରାଯାଇଥିବା ଅଭିଯୋଗ ହେଉଛି । ଗତ ୧୫ ତାରିଖରେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାକୁ ଉଦ୍ଘାଟନ କରିଥିଲେ । ଧଳପଡ଼ା ପଞ୍ଚାୟତର ଅନଳ ଗ୍ରାମ ନିକଟରୁ ବାହାରିଥିବା କୁନିନ୍ଦା ଡିଷ୍ଟ୍ରିବୁ୍ୟଟାରୀ କେନାଲ ଦ୍ୱାରା ଅନଳ, ମଝିପାଳ, ଦର୍ଜନୀ, ଯୋଗାଡ଼ାଗଡ଼ିଆ, କୁନିନ୍ଦା ପଞ୍ଚାୟତର କେନ୍ଦୁପଡ଼ା, କୁନିନ୍ଦା, କୁମୁରୁସିଂହା, ରେଣନ୍ଦାପାଟଣା ଅଞ୍ଚଳକୁ ପାଣି ମାଡ଼ିବ ବୋଲି ଲକ୍ଷ୍ୟ ରହିଥିଲା । ତରବରିଆ ଭାବେ ନିର୍ମାଣ କାର୍ଯ୍ୟ କରି ସେଥିରେ ପାଣି ଛାଡ଼ି ଦେବାରୁ ଦୁର୍ବଳ ବନ୍ଧରେ ଘାଇ ସୃଷ୍ଟି ହୋଇ ଏହା ଭାଙ୍ଗି ଯାଇଥିବା ଜଣାଯାଇଛି । ଗତ ରାତିରେ ଏହି ଘାଇ ସୃଷ୍ଟି ହୋଇ ଭାଙ୍ଗିଥିବା ବେଳେ ଆଜି ସକାଳେ ଚାଷୀମାନେ ଦେଖିବା ବେଳକୁ ୧୦ ଫୁଟର ଘାଇ ସୃଷ୍ଟି ହୋଇ ପାଣି ମାଡ଼ି ଯାଇଥିଲା । ଏ ନେଇ ଖବର ପାଇବା ପରେ ବିଭାଗୀୟ ଅଧିକାରୀମାନେ ପହଞ୍ଚô ଘାଇକୁ ମରାମତି କରିଥିବା ଜଣାଯାଇଛି । ଏ ସମ୍ପର୍କରେ ରେଙ୍ଗାଳି ବାମ କେନାଲ୍ର ମୁଖ୍ୟ ଯନ୍ତ୍ରୀ କହିଛନ୍ତିଯେ, ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ପାରୁନଥିଲା । ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନାଲ୍ରେ ପାଣି ଛଡ଼ାଯାଇଥିଲା । ଗତ ରାତିରେ ବର୍ଷା ହେବାରୁ ଘାଇ ସୃଷ୍ଟି ହୋଇଥାଇପାରେ ବୋଲି ଯନ୍ତ୍ରୀ କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons