କେନାଲ୍ରୁ ଆହତ ହରିଣ ଉଦ୍ଧାର

Get real time updates directly on you device, subscribe now.

ପୁରୁଷୋତ୍ତମପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ତାରାତାରିଣୀ ଛକ ନିକଟ ନାଳରୁ ଏକ ହରିଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକ । ପୁରୁଷୋତ୍ତମପୁର ଅଞ୍ଚଳର ସାମାଜିକ କର୍ମୀ ବାବୁଲା ସ୍ୱାଇଁଙ୍କଠାରୁ ସୂଚନା ପାଇ ବନ ଅଧିକାରୀ ପ୍ରଶାନ୍ତ କୁମାର କାର୍ଜୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣକୁ ଚିକିତ୍ସା କରାଇବା ପରେ ବନ ବିଭାଗ କାର୍ଯ୍ୟାଳୟରେ ରଖିଥିବା କହିଛନ୍ତି । ହରିଣର ମେରୁଦଣ୍ଡ ଭାଙ୍ଗି ଯାଇଛି । ତାରାତାରିଣୀ ଛକ ନିକଟ ଜୟମଙ୍ଗଳ କେନାଲରେ ପ୍ରବଳ ବନ୍ୟା ପାଣି ଆସିବାରୁ ହଜାର ହଜାର ଏକର ଜମି ଜଳମଗ୍ନ ହୋଇଛି । ବିଲମାଳରେ ରହୁଥିବା ଏହି ହରିଣ ପଲ ବ୍ରହ୍ମପୁର-ପୁରୁଷୋତ୍ତମପୁର ରାଜ୍ୟ ରାଜପଥ ଅତିକ୍ରମ କରୁଥିବା ସମୟରେ ରାସ୍ତା ପାଶ୍ୱର୍ ନାଳରେ ପଡ଼ି ଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons