ଠାକୁରଗଡ଼: ଗୁରୁବାର ରାତିରେ ଠାକୁରଗଡ଼ ସିଆରିମାଳିଆ ଗ୍ରାମରୁ ଚୋରା କେନ୍ଦୁପତ୍ର ବୋଝେଇ ଏକ ପିକ୍ଅପ୍ ଭ୍ୟାନ୍ (ଓଆର୧୯କେ-୦୪୧୪)ବନ ବିଭାଗ ଜବତ କରିଥିଲା । ସିଆରିମାଳିଆ ଗ୍ରାମରୁ କିଶୋରନଗର ଥାନା ରଣିଆକଟା ଅଞ୍ଚଳକୁ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ଖବର ପାଇ ଧଣ୍ଡାତୋପା ରେଞ୍ଜର ରବିନାରାୟଣ ମହାନ୍ତି, ବନପାଳ ସୁବ୍ରତ କୁମାର ଶତପଥୀ, ରାକେଶ ସାହୁ, ପ୍ରଦୀପ କୁମାର ସାହୁ ପ୍ରମୁଖ ସଦଳବଳ ଚଢ଼ଉ କରି ଗାଡିକୁ ଧରିବାରେ ସଫଳ ହୋଇଥିଲେ । ଗାଡିରୁ ୧୮୫ ବିଡ଼ା କେନ୍ଦୁପତ୍ର ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.