ମୋହନା, (ବି.ବି.ନୁ୍ୟଜ): ଚାଷୀ ଆତ୍ମ ନିର୍ଭରଶୀଳ ହେଲେ ଆତ୍ମନିର୍ଭର ହେବ ଭାରତ । ତେଣୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଗଠନର ଆହ୍ୱାନ ଦେଇଛନ୍ତି । ଏଥିପାଇଁ ବିଭିନ୍ନ ଯୋଜନା ହାତକୁ ନିଅଯାଇଥିବା ବେଳେ କ୍ଷୁଦ୍ରଶିଳ୍ପ ଗୁଡ଼ିକର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ବନ୍ଦ ପଡ଼ିଥିବା କ୍ଷୁଦ୍ରଶିଳ୍ପ ଗୁଡ଼ିକୁ ପୁନର୍ଜିବିତ କରି ସେଗୁଡ଼ିକ କିଭଳି କାର୍ଯ୍ୟକ୍ଷମ ହେବ ତାହା ଉପରେ କେନ୍ଦ୍ର ସରକାର ଅଧିକ ଧ୍ୟାନ ଦେଉଛନ୍ତି । ଶନିବାର ରା.ଉଦୟଗିରି ବ୍ଲକ୍ ଲୁବୁରସିଂ ଠାରେ ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟେଗ ବିଭାଗ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏଭଳି କହିଛନ୍ତି । ଗଜପତି ଜିଲ୍ଲାରେ ବହୁ କ୍ଷୁଦ୍ରଶିଳ୍ପ ରହିଛି । ତେଣୁ ଏହାରର ବିକାଶ ସହ ତାହା କିଭଳି ହିତାଧିକାରୀଙ୍କ କାମରେ ସଠିକ୍ ଭାବେ ନିୟୋଜିତ ହୋଇପାରିବ ସେଥିପ୍ରତି ମନ୍ତ୍ରୀ ବିଶେଷ ଦୃଷ୍ଟି ଦେବେ ବୋଲି କହିଛନ୍ତି ।
ଶୁକ୍ରବାର ବିଳମ୍ବିତ ରାତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଢ଼ଙ୍ଗୀ ଭୁବନେଶ୍ୱରରୁ ଆସି ଚନ୍ଦ୍ରଗିରିରେ ରାତ୍ରି ଯାପନ କରିଥିଲେ । ଶନିବାର ପୂର୍ବାହ୍ନ ୧୧ ଟାରେ ଆର୍.ଉଦୟଗିରି ବ୍ଲକ୍ର ଲୁବୁରସିଂ ଗାଁରେ ପହଞ୍ଚô ସେଠାରେ ଥିବା ତାଳ ଓ ଖଜୁରୀ ଗୁଡ଼ ପ୍ରକଳ୍ପ ପରିଦର୍ଶନ କରିଥିଲେ । ୨୦୧୨ରୁ ସ୍ଥାପନ ହୋଇଥିବା ଏହି ପ୍ରକଳ୍ପକୁ ସଠିକ୍ ଭାବେ କାର୍ଯ୍ୟକ୍ଷମ କରାଯିବା ସହ ଏଠାରେ ହିତାଧିକାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାସହ ଆଜିର ଏହି କାର୍ଯ୍ୟକ୍ରମରେ ଦୁଇଶହ ଜଣ ତାଳ ଓ ଖଜୁରୀ ଗୁଡ଼ ଚାଷୀଙ୍କୁ ଆବଶ୍ୟକୀୟ ସରଞ୍ଜାମ ଥିବା ଏକ ଟୁଲ୍କିଟ୍ ବଣ୍ଟନ କରିଥିଲେ । ଜିଲ୍ଲାରେ ପ୍ରଚୁର ପରିମାଣରେ ମକା ଓ କାଜୁ ଆଦାୟ ହେଉଛି ତେଣୁ ଏଠାରେ ମିଲ୍ ବ୍ୟବସ୍ତା କରିବାକୁ ପଦକ୍ଷେପ ନେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା, ଓଡ଼ିଶା ତାଳଗୁଡ଼ ଉନୟନ ନିଗମ ନିଦେ୍ର୍ଧଶକ ସମୀର ମହାନ୍ତି ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଚିଦାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଲୁବୁରସିଂ ତାଳ ଓ ଖଜୁରୀ ଗୁଡ଼ ପ୍ରକଳ୍ପ ପରିଦର୍ଶନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରଥମେ ମାଣିକପୁର ସ୍ଥିତ ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ । ଏହାପରେ ଜିରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିର ପରିଦର୍ଶନ କରିବା ସହ ସେଠିକାର ବୌଦ୍ଧ ମହନ୍ତଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
Comments are closed, but trackbacks and pingbacks are open.