କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେଙ୍କ ପ୍ରସ୍ତାବ:ଆନ୍ତଃ ଜାତି ବିବାହ କଲେ ସରକାରୀ ଚାକିରି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମାଜରୁ ଜାତିଆଣ ମନୋଭାବ ଦୂରେଇବାକୁ ହେଲେ ଆହୁରି ଅନେକ କିଛି କରିବାକୁ ପଡ଼ିବ । ଯେଉଁମାନେ ଆନ୍ତଃ ଜାତି ବିବାହ କରୁଛନ୍ତି, ସେମାନଙ୍କୁ ସରକାରୀ ଚାକିରୀ ଦେବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ସ୍ୱାମୀ/ସ୍ତ୍ରୀ ଭିତରୁ ଜଣଙ୍କୁ ଚାକିରୀ ଯୋଗାଇ ଦିଆଯିବ । ରାଜ୍ୟ ସରକାର ମଧ୍ୟ ଏହାକୁ ବିଚାରକୁ ନିଅନ୍ତୁ । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରାମଦାସ ଅଠୱାଲେ ଆଜି ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ।
ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠୱାଲେ କହିଛନ୍ତି, ଜାତିପ୍ରଥା ଦୂର ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ୨୦୧୭-୧୮ରେ ଓଡିଶାରେ ୫୪୨ଜଣ ଆନ୍ତଃ ଜାତି ବିବାହ କରିଥିଲେ । ୨୦୧୮-୧୯ରେ ୯୭୧ଜଣ ଓ ୨୦୧୯-୨୦ରେ ୬୩୧ଜଣ ଆନ୍ତଃ ଜାତି ବିବାହ କରିଛନ୍ତି । ଆନ୍ତଃ ଜାତି ବିବାହ ପାଇଁ ଅଢେଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଉଛି । ଆନ୍ତଃ ଜାତି ବିବାହ ସଂଖ୍ୟା ବଢ଼ିଲେ ହିଁ ଜାତିପ୍ରଥା ଦୂରେଇ ହେବ । ଏହାକୁ ପ୍ରୋତ୍ସାହନ ପାଇଁ ସରକାରୀ ଚାକିରୀ ଦେବାକୁ ରାଜ୍ୟ ସରକାର ବିଚାରକୁ ନିଅନ୍ତୁ ବୋଲି ସେ କହିଥିଲେ ।
ଯାଜପୁର ଜିଲ୍ଲାରେ ହୋମଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ବରୀ ବିଜେଡି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ । ଜାତିଆଣ ଆକ୍ଷେପ କରିଥିଲେ । ତାଙ୍କୁ ହତ୍ୟା ପାଇଁ ଧମକ ଦେଇଥିଲେ । ଅନୁସୂଚିତ ବର୍ଗର ହୋମଗାର୍ଡ ରଞ୍ଜନଙ୍କୁ ଏ ଯାଏ ନ୍ୟାୟ ଓ ସୁରକ୍ଷା ଦିଆଯାଇନି । ପ୍ରିଭେନସନ ଅଫ ଆଟ୍ରୋସିଟିଜ୍ ଆକ୍ଟ ଅନୁସାରେ ବିଧାୟିକାଙ୍କ ସ୍ୱାମୀଙ୍କୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସକୁ ନିଦେ୍ର୍ଧଶ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀଅଠୱାଲେ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
ପରେ କେନ୍ଦ୍ରମନ୍ତ୍ରୀ ତଥ୍ୟ ଉପସ୍ଥାପନ କରି କହିଥିଲେ, ଏବେସୁଦ୍ଧା ରାଜ୍ୟର କୋଟିଏ ୧୦ଲକ୍ଷ ଲୋକଙ୍କୁ ମୁଦ୍ରା ଯୋଜନାରେ ଋଣ ଦିଆଯାଇଛି । ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପୂର୍ବ ଛାତ୍ରବୃତ୍ତି ଓ ୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପ୍ରଦାନ କରା ସରିଛି ବୋଲି କେନ୍ଦ୍ରମନ୍ତ୍ରୀ ତଥ୍ୟ ରଖିଛନ୍ତି ।
ଏହା ପୂର୍ବରୁ ବିଜେପିର ଏକ ପ୍ରତିନିଧି ଦଳ ଅଠୱାଲେଙ୍କୁ ଭେଟି ଏହି ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସରପଞ୍ଚ ସନ୍ତୋଷ ସାମଲ ହତ୍ୟା ଧମକ ଦେଇ ମାଡ ମାରିଛନ୍ତି । ଏପରିକି ଶାସକ ଦଳର ନେତାମାନେ ଗତ ୯ ତାରିଖ ଦିନ ତାଙ୍କୁ ଆକ୍ରମଣ କରିବା ପରେ ବି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ । ଘଟଣାରେ ତୁରନ୍ତ କାର୍ଯ୍ୟାନୁÂାନ ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons