ଧାମନଗର,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳି ନିକଟରୁ ଆଜି କେନ୍ଦ୍ରାଞ୍ଚଳ ଅବକାରି ଗୁଇନ୍ଦା ବିଭାଗ ପକ୍ଷରୁ ଚଢଉ କରାଯାଇ ୮୨ ଗ୍ରାମ ଓଜନର ବ୍ରାଉନ ସୁଗର ଜବତ କରିବା ସହିତ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ଆନୁମାନିକ ପ୍ରାୟ ୮ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତଙ୍କ ନାମ ଅରୁଣ ମଲିକ, ଘର ସ୍ଥାନୀୟ ଖପରପଦା ପଞ୍ଚାୟତ ମଙ୍ଗଳପୁର ଗ୍ରାମର ।
ଅରୁଣ ଦୀର୍ଘ ବର୍ଷ ଧରି ଅସୁରାଳି ସମେତ ଭଦ୍ରକ ଜିଲାର କେତେକ ସ୍ଥାନରେ ଏହି ବ୍ରାଉନ ସୁଗର କାରବାର ଚଳାଇ ଆସୁଥିଲେ । ସଂପୃକ୍ତ ଅଭିଯୁକ୍ତକୁ ଧରିବା ପାଇଁ ପୂର୍ବରୁ ସୂଚନା ପାଇଥିବା କଟକସ୍ଥିତ ଅବରକାରୀ ଗୁଇନ୍ଦା ବିଭାଗ ତାଙ୍କ ଉପରେ ନଜର ରଖିଥିଲା । ୧୫ ଦିନ ଧରି ଅରୁଣଙ୍କ ଗତିବିଧି ଉପରେ ଏହି ବିଭାଗ ନଜର ରଖି ଆଜି ଚଢଉ କରିଥିଲା । ଅସୁରାଳି ନିକଟସ୍ଥ ଏକ ବୈଷୟିକ ଶିକ୍ଷାନୁÂାନ ଫାଟକ ନିକଟରେ ଅରୁଣ ବୁଲୁଥିବା ବେଳେ ଗୁଇନ୍ଦା ବିଭାଗ ସେଠାରେ ଅଚାନକ ପହଞ୍ଚିଥିଲା । ତାଙ୍କୁ କାବୁ କରିଥିଲା । ତାଙ୍କ ନିକଟରୁ କେତୋଟି ବ୍ରାଉନ ସୁଗାର ପୁଡ଼ିଆ ଜବତ କରାଯିବା ପରେ ସେ ରହୁଥିବା ବରୁଣାଇ ମନ୍ଦିର ନିକଟ ତାଙ୍କ ଘରେ ମଧ୍ୟ ଚଢଉ କରିଥିଲେ । ଅରୁଣଙ୍କ ଘରୁ ୮୨ ଗ୍ରାମ ଓଜନର ବ୍ରାଉନ ସୁଗର ସହିତ ନଗଦ ୩ ହଜାର ଟଙ୍କା ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି ।
ଅବକାରୀ ବିଭାଗର ସୂଚନା ଅନୁଯାୟୀ ଅରୁଣ କେତେକ କଲେଜ ପଢୁଆ ଓ ସ୍ଥାନୀୟ ଅଞ୍ଚଳର ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଙ୍କୁ ଏହି ଧଳା ଜହର ଯୋଗାଇ ଆସୁଥିଲେ । ଏନେଇ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ନିକଟରେ ସୂଚନା ଥିଲା । ତେବେ ଗୁଇନ୍ଦା ବିଭାଗର କେଶ ନଂ୧୪୫/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଭଦ୍ରକ କୋର୍ଟରେ ହାଜର କରାଯାଇଛି । ଏହି ଚଢଉରେ କଟକ ଅବକାରୀ ଗୁଇନ୍ଦା ବିଭାଗର ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ ଓ ଗାଲୁରାମ ସୋରେନଙ୍କ ସମେତ ଅନ୍ୟ କର୍ମଚାରୀ କିଶୋର ରାଉତ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜଗନ୍ନାଥ ନାୟକ, ସଂଜିବ ମୁଣ୍ଡା, ବସନ୍ତ ମଲିକ, ପ୍ରଦୀପ ବେହେରା, ଚନ୍ଦ୍ରଭାନୁ ଦାସ, ସବୀର ପଟ୍ଟନାୟକ, ଅର୍ଚ୍ଚନା ନାୟକ ପ୍ରମୁଖ ସାମିଲ ଥିଲେ । ସୂଚନା ଥାଉକି, ପୂର୍ବରୁ ମଧ୍ୟ ଭଦ୍ରକରୁ ବ୍ରାଉନ ସୁଗର ଜବତ ହୋଇଥିବା ବେଳେ ଧାମନଗର, ଦୋବଲ, ଅସୁରାଳି, କୋଠାର, ଧୁଷୁରୀ ଆଦି ପ୍ରମୁଖ ସ୍ଥାନରେ ବ୍ରାଉନ ସୁଗର ନିଶାରେ ଯୁବ ଓ ଛାତ୍ର ଗୋÂୀ ପଡିଥିବା ଅଭିଯୋଗ ଆସିଛି । ନିର୍ଦ୍ଧିଷ୍ଟ ଏହି କାରବାର କରୁଥିବା ଅସାମାଜିକ ବ୍ୟକ୍ତି ବାହାରୁ ବ୍ରାଉନ ସୁଗର ଆଣି ଏସବୁ ଅଞ୍ଚଳରେ ବିକ୍ରି କରୁଛନ୍ତି । ଏହି ନିଶାରେ ଧାମନଗର ଅଞ୍ଚଳର ବହୁ ଯୁବବର୍ଗ ଓ ଛାତ୍ର ପଡ଼ୁଛନ୍ତି । ସ୍ଥାନୀୟ ଅବକାରୀ ଓ ପୁଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଧାମନଗର ଅଞ୍ଚଳରେ ବ୍ରାଉନ ସୁଗର କାରବାର ବୃଦ୍ଧି ସହିତ ନକଲି ମଦ କାରବାର ବଢି ଚାଲିଛି । ଯଦି ଏହାକୁ ରୋକା ନଯାଏ ତେବେ ଆଗାମୀ ଦିନରେ ଯୁବପିଢି ଏହାର ଶିକାର ହେବେ ।


Comments are closed, but trackbacks and pingbacks are open.