କେନ୍ଦ୍ରାପଡ଼ାରେ ଷ୍ଟିଲ୍‌ ପ୍ଲାଣ୍ଟ କରିବ ଆର୍ସେଲର ମିତ୍ତଲ

Get real time updates directly on you device, subscribe now.

ଭୁବନେଶ୍ୱର : କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ୍‌ ପ୍ଲାଣ୍ଟ। ଭାରତର ପ୍ରତିଷ୍ଠିତ ଷ୍ଟିଲ୍‌ କମ୍ପାନୀ ଆର୍ସେଲର ମିତ୍ତଲ ନିପନ୍‌ ପକ୍ଷରୁ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଗୁରୁବାର ଏ ନେଇ ରାଜ୍ୟ ସରକାର ଏବଂ ଆର୍ସେଲର ମିତ୍ତଲ ନିପନ ମଧ୍ୟରେ ଚୁକ୍ତି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଏଲ. ଏନ. ମିତ୍ତଲଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି। ଚୁକ୍ତି ଅନୁସାରେ ଆର୍ସେଲର ମିତ୍ତଲ ନିପନ କମ୍ପାନୀ ରାଜ୍ୟରେ ୫୦ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ଏଥିରେ ୧୨ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଇସ୍ପାତ୍‌ କାରଖାନା ପ୍ରତିଷ୍ଠା କରାଯିବ।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆର୍ସେଲର ମିତ୍ତଲର କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଓ ସିଇଓ ଆଦିତ୍ୟ ମିତ୍ତଲଙ୍କ ମଧ୍ୟରେ ଗତ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନୂଆଦିଲ୍ଲୀସ୍ଥିତ ବାସଭବନରେ ଆୟୋଜିତ ଏହି ବୈଠକରେ ଧର୍ମେନ୍ଦ୍ର ଓଡ଼ିଶାରେ ଇସ୍ପାତ ଉତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସମ୍ପ୍ରସାରଣ ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବିଶେଷକରି ଓଡ଼ିଶାକୁ ଇସ୍ପାତ୍‌ର ପେଣ୍ଠସ୍ଥଳୀରେ ପରିଣତ କରିବା ଓ ସେଥିରେ ଆର୍ସେଲର ମିତ୍ତଲର ଭୂମିକା କ’ଣ ରହିବ ତାହା ଉପରେ ବୈଠକରେ ଆଲୋଚନା ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons