ଭୁବନେଶ୍ବର: ୩ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ ଭି. କେ ପାଣ୍ଡିଆନ। ଗୋଟିଏ ଦିନରେ ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଜିଲ୍ଲା ଗସ୍ତ କରି କରୋନା ସ୍ଥିତି ଅନୁଧ୍ୟାନ କରିବେ। ଏହାସହ ଜିଲ୍ଲାରେ ନିର୍ମାଣ ହୋଇଥିବା କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା ମଧ୍ୟ କରିବେ। କରୋନା ମୁକାବିଲା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ। କରୋନା ମୁକାବିଲା ପାଇଁ ରାଜ୍ୟରେ ୭ଟି ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଛି।
କେନ୍ଦ୍ରାପଡ଼ାର ଚ୍ଛତା ଠାରେ ହୋଇଥିବା କୋଭିଡ-୧୯ ହସ୍ପିଟାଲରେ ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ ପହଁଞ୍ଚିଛନ୍ତି। କୋଭିଡ-୧୯ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରୀପାଠି। ତାଙ୍କ ସହ ଉପସ୍ଥିତ ରହିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ତେବେ କେନ୍ଦ୍ରାପଡ଼ାରେ ହୋଇଥିବା କୋଭିଡ-୧୯ ହସ୍ପିଟାଲରେ ୨୬୦ ବେଡ୍ ରହିଥିବା ବେଳେ ସେଥିମଧ୍ୟରୁ ଭୁବନେଶ୍ବର ସ୍ଥିତ ସମ୍ ହସ୍ପିଟାଲ ପକ୍ଷରୁ ୧୦୦ ବେଡ୍ ବ୍ୟବସ୍ଥା କରାଯାଇଛି । ଅନ୍ୟ ୧୬୦ ଗୋଟି ସଂଗରୋଧ ବେଡ୍ ରହିଛି । ପ୍ରଶାସନ ପକ୍ଷରୁ ହସ୍ପିଟାଲ କାର୍ୟ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ପଞ୍ଚାୟତ ସ୍ତରରେ ମଧ୍ୟ ଅସ୍ଥାୟୀ ହସ୍ପିଟାଲ କରାଯାଇଛି ।
Comments are closed, but trackbacks and pingbacks are open.