ନୂଆଦିଲ୍ଲୀ: ବିପୁଳ କ୍ଷତିର ସମ୍ମୁଖୀନ ହେଉଥିବା ବିରତଣ କମ୍ପାନିଙ୍କ ପାଇଁ ଏକ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଆଣିବେ କେନ୍ଦ୍ର ସରକାର । ସେମାନଙ୍କ ପାଇଁ ସରକାର ଉଦୟ ୨.୦ ଆଣିବେ । ଲୋକଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇବା ପାଇଁ ବିତରଣ କମ୍ପାନିଙ୍କ ସମସ୍ୟାର ଦୂର କରିବା ଅପରିହାର୍ଯ୍ୟ ହୋଇପଡ଼ିଛି । ଏହାଛଡ଼ା ଏକ ନୂଆ ଟାରିଫ୍ ନୀତି ଆସିବ ବୋଲି ଜଣାପଡ଼ିଛି ।
ପ୍ରାପ୍ତି ପୋର୍ଟାଲ୍ରୁ ମିଳିଥିବା ତଥ୍ୟ ମୁତାବକ ଚଳିତବର୍ଷ ଜୁଲାଇ ସୁଦ୍ଧା ବିଦୁ୍ୟତ୍ ବିତରଣ କମ୍ପାନିଙ୍କ ଉପରେ ଉପôାଦନକାରୀଙ୍କ ମୋଟ ବକେୟା ପରିମାଣ ବୃଦ୍ଧି ପାଇଛି । ଓଭର ଡୁ୍ୟ ପରିମାଣ ୫୫,୨୭୬ କୋଟି ଟଙ୍କା ରହିଛି । ୬୦ ଦିନ ମଧ୍ୟରେ ବିଲ୍ ପୈଠ ନହେଲେ ଏହାକୁ ଓଭର ଡୁ୍ୟ ବିବେଚନା କରାଯାଉଛି ଏବଂ ଏହା ଉପରେ ଉପôାଦନକାରୀ କମ୍ପାନିଗୁଡ଼ିକ ସୁଧ ବସାଉଛନ୍ତି । ବିତରଣ କମ୍ପାନିଙ୍କ ଉପରେ ମୋଟ ୭୩,୪୨୫ କୋଟି ଟଙ୍କାର ବକେୟା ରହିଛି ।
ଏ ପ୍ରସଙ୍ଗରେ ଶକ୍ତି ମନ୍ତ୍ରୀ ଆର୍ କେ ସିଂହ କହିଛନ୍ତି, ଯେ କୌଣସି ପରିମାଣ ବିଦୁ୍ୟତ୍ ସ୍ଥାନାନ୍ତର ପାଇଁ କ୍ଷମତା ରହିଛି । ତେଣୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇବାରେ କୌଣସି ସମସ୍ୟା ନାହିଁ । କେବଳ କିଛି ବିତରଣ କମ୍ପାନି କ୍ଷତିରେ ଚାଲୁଥିବାରୁ ଏହା ସମ୍ଭବ ହୋଇପାରୁ ନାହିଁ । ବିଦୁ୍ୟତ୍ ସଂସ୍ଥାଗୁଡ଼ିକୁ ସେମାନଙ୍କ ଦେୟ ପ୍ରଦାନ ଲାଗି ସେମାନଙ୍କ ନିକଟରେ ଅର୍ଥ ନାହିଁ । ତେବେ ଏହି ସମସ୍ୟାର ପ୍ରତିକାର ହେବ ବୋଲି ସେ କହିଛନ୍ତି ।
ତାଙ୍କ କହିବାନୁଯାୟୀ ନୂଆ ଟାରିଫ୍ ନୀତି ପ୍ରସ୍ତୁତ କରାଯାଇ କ୍ୟାବିନେଟ୍ ଅନୁମୋଦନ ପାଇଁ ପଠାଯାଇଛି । ଏହାଛଡ଼ା ଶକ୍ତି ମନ୍ତ୍ରାଳୟ ଚଳିତ ଆର୍ଥିକବର୍ଷରେ ଉଦୟ ୨.୦ ଆଣିବା ପାଇଁ କାର୍ଯ୍ୟ କରୁଛି । ପ୍ରସ୍ତାବିତ ନୂଆ ଟାରିଫ୍ ଯୋଜନାରେ ବିତରଣ କମ୍ପାନିମାନେ ବିଳମ୍ବିତ ଦେୟ ପ୍ରଦାନ ପାଇଁ ଏକ ସର୍ଚାର୍ଜ ପ୍ରଦାନ କରିବେ । ଏହା ବାଣିଜି୍ୟକ ସୁଧ ହାର ସହ ସମାନ ହେବ । ଯଦି ଏକ ବିତରଣ କମ୍ପାନି ନିଜ କ୍ଷତି କମାଇବା ପାଇଁ ଆବଶ୍ୟକ ପଦକ୍ଷେପ ନ ନିଅନ୍ତି, ତେବେ ସରକାରଙ୍କ ପକ୍ଷରୁ ଆଉ କୌଣସି ଋଣ ଅଥବା ଅନୁଦାନ ପ୍ରଦାନ କରାଯିବ ନାହିଁ ।
Comments are closed, but trackbacks and pingbacks are open.