କେନ୍ଦ୍ର ବଜେଟ ଦୂରଦୃଷ୍ଟିସଂପନ୍ନ: ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କେନ୍ଦ୍ର ବଜେଟ୍କୁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ପ୍ରଶଂସା କରିବା ସହ ଉଦ୍ବେଗ ବି ପ୍ରକାଶ କରିଛନ୍ତି । ଦୀର୍ଘସୂତ୍ରୀ ବିକାଶକୁ ଆଖିରେ ରଖି କେନ୍ଦ୍ର ସରକାର ଏ ବଜେଟ ଆଣିଛନ୍ତି । ଏ ବଜେଟ୍ ଦେଶ ପାଇଁ ହିତକର । ତେବେ ଠିକଣା ଭାବେ ପାଣ୍ଠି ବରାଦ ହେଲେ ମୂଳ ଉଦ୍ଦେଶ୍ୟ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି ।
ବଜେଟ୍ ଉପରେ ମିଶ୍ର ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ପାନୀୟ ଜଳ, ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶକୁ ଅଧିକ ପାଣ୍ଠି ବରାଦ କରାଯାଇଛି । ଏହାକୁ ମୁଁ ସ୍ୱାଗତ କରୁଛି । ତେବେ ମନରେଗା, ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣମୂଳକ ଯୋଜନାରେ ପାଣ୍ଠି ହ୍ରାସ ପାଇଛି । ସେହିଭଳି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ପେନସନ୍ ବାବଦକୁ କମ୍ ପାଣ୍ଠି ବରାଦ ହେବା ଉଦ୍ବେଗଜନକ ।
ରେଳ ପ୍ରକଳ୍ପ ପାଇଁ ଅଧିକ ପାଣ୍ଠି ବରାଦ ସ୍ୱାଗତଯୋଗ୍ୟ ପଦକ୍ଷେପ । ଅଧିକ ପାଣ୍ଠି ବରାଦ ଦ୍ୱାରା ରାଜ୍ୟର ରେଳ ପ୍ରକଳ୍ପଗୁଡ଼ିକର କାମ ତ୍ୱରିତ ହୋଇପାରିବ ବୋଲି ଆଶା । ଜାତୀୟ ରାଜପଥ କ୍ଷେତ୍ରରେ ପାଣ୍ଠି ହ୍ରାସ ଆନ୍ତଃରାଜ୍ୟ ଯୋଗାଯୋଗକୁ ବହୁଳ ଭାବେ ପ୍ରଭାବିତ କରିବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । କେନ୍ଦ୍ର ବଜେଟ୍ ଗ୍ରାମାଞ୍ଚଳ ଯୋଗାଯୋଗକୁ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାକୁ ଅଧିକ ଗୁରୁତ୍ୱ ଦେଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସ୍ୱଚ୍ଛ ଭାରତ ମିଶନକୁ ଅଗ୍ରାଧିକାର ଦିଆଯାଇଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ମାତ୍ର ଏସବୁ ଯୋଜନା ପାଇଁ ଧାର୍ଯ୍ୟ ସମୟରେ ପାଣ୍ଠି ମିଳିବା ଜରୁରି ବୋଲି କହିଛନ୍ତି ।
ନବୀନ କହିଛନ୍ତି, ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ଭଳି କେନ୍ଦ୍ର ‘ପିଏମ୍-କିଷାନ’ରେ ସହାୟତା ରାଶିକୁ ବଢ଼ାଉ । ଏ ଯୋଜନାରେ ଭୂମିହୀନ ଶ୍ରମିକ ଓ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ମଧ୍ୟ ଜରୁରି । କେନ୍ଦ୍ର ସେସ୍ ଓ ସରଚାର୍ଜ ବଢ଼ାଇଛି । ମାତ୍ର ରାଜ୍ୟକୁ କେନ୍ଦ୍ରୀୟ ସମ୍ବଳ ହ୍ରାସ ପାଇବାକୁ ନେଇ ମୁଖ୍ୟମନ୍ତ୍ରୀ ନିଜ ଉଦ୍ବେଗ ପ୍ରକଟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons