ଜେନେଭା: ପ୍ରଭାବୀ ସଞ୍ଜୀବନୀ ଟିକା ଆସିବା ପରେ ଯେ କରୋନା ଚିତ୍ର ବଦଳିଯିବ ଏବଂ ସ୍ଥିତି ସ୍ୱାଭାବିକ ପାଲଟିବ, ତାହା ଭାବିବା ଭୁଲ । ବରଂ କରୋନା ବିରୋଧୀ ଲଢେ଼ଇ ଏମିତି ଜାରି ରହିବ । ସଂକ୍ରମଣକୁ ରୋକିବା ପାଇଁ ଟିକା ଯଥେଷ୍ଟ ହେବନାହିଁ ।
କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ କେତେକ ଟିକା ଅତ୍ୟନ୍ତ ପ୍ରଭାବୀ ହୋଇଥିବା ନେଇ ଏବେ ଦାବି ଜୋର ଧରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚ୍ଓ) ସୋମବାର ଏଭଳି ଚେତାବନୀ ଦେଇଛି ।
ଡବ୍ଲୁ୍ୟଏଚ୍ଓ ମୁଖ୍ୟ ଟେଡ୍ରୋସ ଆଢାନମ୍ ଘେବ୍ରିୟେସସ କହିଛନ୍ତି, କୋଭିଡ-୧୯ ସଂକ୍ରମଣର ମୁକାବିଲା ପାଇଁ ଏବେ ଯେଉଁସବୁ ସାଧନ କାମ କରୁଛି, ସେଥିରେ ଟିକା କେବଳ ଏକ ଅଂଶ ହେବ । ଟିକା ଏକାକୀ ମହାମାରୀକୁ ମାତ୍ ଦେବାକୁ ସମର୍ଥ ହେବନାହିଁ । ଟିକା ଆସିବା ପରେ ମଧ୍ୟ ଲୋକଙ୍କୁ ଆକ୍ରାନ୍ତ କରିବା ଲାଗି କରୋନା ଭୂତାଣୁ ପାଇଁ ସୁଯୋଗ ରହିବ । ତେଣୁ ବର୍ତ୍ତମାନ ଭଳି ନମୁନା ପରୀକ୍ଷଣ ଜାରି ରହିବ । ସଙ୍ଗରୋଧ, କଣ୍ଟାକ୍ଟ ଟ୍ରେସିଙ୍ଗ ମଧ୍ୟ ଅନୁରୂପ ଚାଲିବ । କରୋନାଠାରୁ ନିଜକୁ ସୁରକ୍ଷିତ ରଖିବା ଲାଗି ବିଶ୍ୱବାସୀ ଏବେ ଯେଉଁଭଳି ସଜାଗ ରହୁଛନ୍ତି, ତାହା ଜାରି ରଖିବା ହିଁ ସାର ହେବ ।
ଆଢାନମ୍ ଆହୁରି କହିଛନ୍ତି, ପ୍ରଭାବୀ କରୋନା ଟିକା ଆସିବା ପରେ ଏହାର ଯୋଗାଣ ସୀମିତ କରାଯିବ । ପ୍ରାଥମିକ ଭାବେ ସ୍ୱାସ୍ଥ୍ୟକର୍ମୀ, ବରିÂ ନାଗରିକ ଏବଂ ଅନ୍ୟ ଦୁରାରୋଗରେ ପୀଡ଼ିତ ଲୋକଙ୍କୁ ଏହା ମିଳିବ । ଏହାଦ୍ୱାରା କରୋନା ମୃତୁ୍ୟ ହ୍ରାସ କରାଯାଇ ପାରିବ । ଅନ୍ୟମାନଙ୍କୁ ଟିକା ମିଳିବାରେ ଆହୁରି ଅନେକ ସମୟ ଲାଗିଯିବ ।
ଡବ୍ଲୁ୍ୟଏଚ୍ଓ ମୁଖ୍ୟଙ୍କ ଏହି ବୟାନ ଏଭଳି ସମୟରେ ଆସିଛି ଯେବେ କି ଫାଇଜର ଓ ମଡେର୍ଣ୍ଣା ଭଳି କେତେକ ଔଷଧ କମ୍ପାନି ଦ୍ୱାରା ପ୍ରସ୍ତୁତ ଟିକା ୯୦ଧରୁ ଅଧିକ ପ୍ରଭାବୀ ବୋଲି ଦାବି ଉଠିଛି । ନିକଟରେ ଆମେରିକାର ଫାର୍ମା କମ୍ପାନି ଫାଇଜର ଘୋଷଣା କରିଥିଲା ଯେ ଏହା ଦ୍ୱାରା ପ୍ରସ୍ତୁତ ଟିକା କରୋନା ଉପରେ ୯୦ଧ ପ୍ରଭାବୀ । ଏବେ ମଡେର୍ଣ୍ଣା ଟିକା ୯୪.୫ଧ ପ୍ରଭାବୀ ବୋଲି ଏହି କମ୍ପାନି ସୋମବାର ଘୋଷଣା କରିଛି । ଏହା ପୂର୍ବରୁ ସ୍ପୁଟ୍ନିକ୍-୫ କରୋନା ଟିକା ୯୨ଧ ସଫଳ ହୋଇଥିବା ନେଇ ରୁଷ ଘୋଷଣା କରିଥିଲା ।
ମଡେର୍ଣ୍ଣା ପକ୍ଷରୁ ସୋମବାର କୁହାଯାଇଛି ଯେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଫଳ ହେବା ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରାଯାଇଥିଲା । ପ୍ରାଥମିକ ଫଳାଫଳ ଆଶାଠାରୁ ଅଧିକ ଉତ୍ସାହଜନକ ରହିଛି । ଟିକାକୁ ନେଇ ଆମେ ଯେଉଁ କଳ୍ପନା କରିଥିଲୁ, ତାହାଠାରୁ ବେଶ୍ ଅଧିକ ଭଲ ଫଳ ମିଳିଛି । ଲୋକଙ୍କଠାରେ ପ୍ରତିରୋଧୀ କ୍ଷମତା ସୃଷ୍ଟି କରିବାରେ ଏହା ସମର୍ଥ ହେଉଛି । ପାଶ୍ୱର୍ପ୍ରତିକି୍ରୟା ବି ସେମିତି ଦେଖିବାକୁ ମିଳିନାହିଁ ।
କମ୍ପାନିଗୁଡ଼ିକର ଏହି ଟିକା ଦୌଡ଼ରେ ଆହୁରି ୧୦ କମ୍ପାନି ବି ଅଛନ୍ତି । କିନ୍ତୁ ସେମାନଙ୍କ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଏବେ ପ୍ରାରମ୍ଭିକ ସ୍ତରରେ ରହିଛି । ସେମାନେ ହୁଏତ କିଛିଦିନ ପରେ ଟିକାର ପ୍ରଭାବ ନେଇ କିଛି ଆକଳନ ଲଗାଇବା ସ୍ଥିତିକୁ ଆସିଯିବେ । ଟିକା ଦୌଡ଼ରେ ଅଷ୍ଟେ୍ରଲିଆ, ବ୍ରିଟେନ, ଆମେରିକା, ଚୀନ, ରୁଷିଆ ଏବଂ ଭାରତ ଭଳି ଦେଶ ଆଗରେ ରହିଛନ୍ତି । ଆହୁରି ୫୦ଟି ଟିକା ପ୍ରାଥମିକ ମାନବ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ।
ଆମେରିକାରେ ଏବେ ଫାଇଜର ଏବଂ ମଡେର୍ଣ୍ଣା ଟିକାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ଶେଷ ସୋପାନରେ ପହଞ୍ଚିଛି । ସମ୍ଭବତଃ ଡିସେମ୍ବର ଶେଷ ସୁଦ୍ଧା ଫାଇଜର ଟିକା ବ୍ୟବହାର ପାଇଁ ଉପଲବ୍ଧ ହେବ । ଏମ୍ଆର୍ଏନ୍ଏ ଟେକ୍ନୋଲୋଜିରେ ତିଆରି ଏହି ଟିକାକୁ ହାସଲ କରିବା ଏବଂ ଏହାକୁ ସୁରକ୍ଷିତ ଭାବେ ପରିବହନ କରିବା ଅତ୍ୟନ୍ତ ବ୍ୟୟସାପେକ୍ଷ ହେବାକୁ ଥିବାରୁ କେବଳ ଧନୀ ରାଷ୍ଟ୍ରଗୁଡ଼ିକ ଏହାକୁ ପାଇବାକୁ ସମର୍ଥ ହେବେ । ଟିକା ୫୦ଧ ପ୍ରଭାବୀ ହେଲେ ଏହାକୁ କରୋନା ସଂକ୍ରମଣ ପ୍ରତିକାର ପାଇଁ ବ୍ୟବହାର କରାଯାଇ ପାରିବ ବୋଲି ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟେ୍ରସନ (ଏଫ୍ଡିଏ) ସ୍ପଷ୍ଟ କରିସାରିଛି । ତେଣୁ ମଡେର୍ଣ୍ଣା ଏବଂ ଫାଇଜର ଟିକା ଏଫ୍ଡିଏ ଅନୁମୋଦନ ପାଇ ଶୀଘ୍ର ବଜାରକୁ ଆସିବ ବୋଲି ଆଶା ।
ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ସ ଅଫ୍ ହେଲ୍ଥର ନିଦେ୍ର୍ଧଶକ ଡ. ଆନ୍ଥୋନି ଏସ୍. ଫସି ଏକ ସାକ୍ଷାତକାରରେ କହିଛନ୍ତି, କୌଣସି କରୋନା ଟିକା ୭୫ଧ ପ୍ରଭାବୀ ହେଲେ ଏଥିରେ ମୁଁ ସନ୍ତୁଷ୍ଟ ହେବି ବୋଲି କହିଆସୁଥିଲି । କିନ୍ତୁ ଟିକା ୯୦ଧ ବା ୯୫ଧ ପ୍ରଭାବୀ ସାବ୍ୟସ୍ତ ହେଉଥିବା ଜାଣିବା ପରେ ମୁଁ ବେଶ୍ ଖୁସି । ମଡେର୍ଣ୍ଣା ଟିକା ୯୪.୫ଧ ସଫଳ ହେବା ନିଶ୍ଚିତ ଖୁସିର ବିଷୟ । ଅନ୍ୟପକ୍ଷରେ ଟିକାଗୁଡ଼ିକ ଉଭୟ ସ୍ୱଳ୍ପ ବୟସ୍କ ଏବଂ ବୃଦ୍ଧ ଲୋକଙ୍କଠାରେ ସୁରକ୍ଷିତ ହେଉଛନ୍ତି କି ନାହିଁ, ତାହା ଯାଞ୍ଚ କରାଯିବା ଜରୁରି ବୋଲି ବିଶେଷଜ୍ଞମାନେ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ, ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକାରେ ଏବେ କରୋନାର ଦ୍ୱିତୀୟ ଲହରି ଜାରି ରହିଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଆମେରିକାରେ ୧,୪୦,୦୦୦ରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଫ୍ରାନ୍ସରେ ୨୭,୨୨୮, ରୁଷିଆରେ ୨୨,୫୭୨, ଇଟାଲୀରେ ୩୩,୯୭୯, ବି୍ରଟେନରେ ୨୪,୯୬୨, ଜର୍ମାନୀ ଓ ପୋଲାଣ୍ଡରେ ଯଥାକ୍ରମେ ୧୪,୦୪୫ ଓ ୨୧,୮୫୪ ରୋଗୀ ଚିହ୍ନଟ ହୋଇଛନ୍ତି । ବିଶ୍ୱରେ ଏବେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ପାଖାପାଖି ୫.୫୦ କୋଟି ହୋଇଥିବା ବେଳେ ମୃତୁ୍ୟ ସଂଖ୍ୟା ୧୩.୨୬ ଲକ୍ଷ ଅତିକ୍ରମ କରିଛି ।
Comments are closed, but trackbacks and pingbacks are open.