କେରଳରେ ଭୟାବହ ଭୂସ୍ଖଳନ, ୧୫ ମୃତ

Get real time updates directly on you device, subscribe now.

ଥିରୁୱନନ୍ତପୁରମ୍: କେରଳରେ ଲଗାତର ୪ ଦିନ ଧରି ଜାରି ରହିଥିବା ବର୍ଷା କାରଣରୁ ଇଡୁକ୍କି ଜିଲ୍ଲାର ରାଜମାଲା ଅଞ୍ଚଳରେ ଶୁକ୍ରବାର ଭୟାବହ ଭୂସ୍ଖଳନ ହୋଇଛି । ଯେଉଁ ଅଞ୍ଚଳରେ ଭୂସ୍ଖଳନ ହେଲା ସେଠାରେ ଚା’ ବଗିଚାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଅସ୍ଥାୟୀ ଘର କରି ରହୁଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କର ମୃତଦେହ ମାଟି ତଳୁ ଉଦ୍ଧାର କରିଛନ୍ତି । ୧୬ ଜଣଙ୍କୁ ମାଟି ଗଦା ମଧ୍ୟରୁ ଜୀବନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହୁରି ୮୦ ରୁ ଊଦ୍ଧ୍ୱର୍ ଶ୍ରମିକ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ପାଇଁ କେରଳର ମୁଖ୍ୟମନ୍ତ୍ରୀ ବାୟୁସେନାର ବିମାନ ମଗାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ନିମନ୍ତେ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାର ନିମନ୍ତେ ୫୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଭୂସ୍ଖଳନ ଯୋଗୁ ରାସ୍ତଘାଟ ଧସିଯିବା ସହିତ ତା’ ଉପରେ ବଡ଼ ବଡ଼ ଗଛ ଉପୁଡି ପଡିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ଗୋଟିଏ ଟିମ୍କୁ ରାସ୍ତା ସଫା କରିବା ନିମନ୍ତେ ନିୟୋଜିତ କରାଯାଇଛି । ଲଗାତର ବର୍ଷା ଜାରି ରହିଥିବାରୁ ଉଦ୍ଧାରକାରୀ ଦଳଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
ଭୂସ୍ଖଳନ ବାବଦରେ ଶୁକ୍ରବାର ସକାଳେ ବନ ବିଭାଗକୁ ଖବର ମିଳିଥିଲା । ତେବେ ଏହା ପାହାନ୍ତା ସମୟରେ ହୋଇଥିବା କୁହାଯାଉଛି । ସୂଚନା ମୁତାବକ, ତାମିଲନାଡୁରୁ ଆସିଥିବା ଶ୍ରମିକଙ୍କ ଏକ ଗୋÂୀ ଏଠାରେ ନିଜ ନିଜ ପରିବାର ସହ ଏକ ଛୋଟ କଲୋନୀ କରି ରହିଥାନ୍ତି । ଭୂସ୍ଖଳନରେ ପାହଡର ଏକ ବିରାଟ ଖଣ୍ଡ ସେହି କଲୋନୀ ଉପରେ ପଡିଥିବାରୁ ଅନେକ ଶ୍ରମିକଙ୍କ ପରିବାର ଏବେ ନିଖୋଜ ଅଛନ୍ତି । ରାଜ୍ୟ ପୁଲିସ, ଅଗ୍ନିଶମ ବିଭାଗ, ବନ ବିଭାଗ, ରାଜସ୍ୱ ଅଧିକାରୀ ଓ ଏନ୍ଡିଆର୍ଏଫ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଆଶୁ ଚିକିତ୍ସା ପାଇଁ ୧୫ଟି ଆମ୍ବୁଲାନ୍ସ ସହ ଏକ ମୋବାଇଲ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ।
ଉଲ୍ଲେଖଯୋଗ୍ୟ, କେରଳରେ ୩ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଗୁରୁବାର ଇଡୁକ୍କି ଜିଲ୍ଲାରେ ଏକ ପୋଲ ମଧ୍ୟ ଭୁଷୁଡି ପଡିଥିଲା । ଉତ୍ତର କେରଳରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିଲା । ଶୁକ୍ରବାର ମାଲ୍ଲାପୁରମ,ପଲକ୍କଡ, ୱାୟନାଡ ଜିଲ୍ଲା ନିମନ୍ତେ ରେଡ ଆଲର୍ଟ ଜାରି କରାଯାଇଛି । ଏହା ବ୍ୟତୀତ ଏର୍ଣ୍ଣର୍ାକୁଲମ, ଇଡ୍ଡୁକୀ, ତ୍ରିଶୁର ଏବଂ କନ୍ନୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons