କେଶପୁରରେ ବୋମା ମାଡ଼, ଜଣେ ଆହତ

Get real time updates directly on you device, subscribe now.

ଖଲ୍ଲିକୋଟ,(ବି.ବି.ନୁ୍ୟଜ୍): କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଗାଁର ଲୋକ ମୁହାଁମୁହିଁ ହୋଇଛନ୍ତି । ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଠେଙ୍ଗା ଧରି ଯୁବକମାନେ ମାରପିଟ୍ ହେବା ପରେ ବୋମା ଫିଙ୍ଗି ଆତଙ୍କ ସୃଷ୍ଟି କରିଛନ୍ତି । ଖଲ୍ଲିକୋଟ ଥାନା ତେନ୍ତୁଳୁଆପଡ଼ା ଓ ରାମଚନ୍ଦ୍ରପୁର ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ହୋଇଛି ଗଣ୍ଡଗୋଳ । ଏହି ଦୁଇଗ୍ରାମ ଭିତରେ ପୂର୍ବରୁ ବିବାଦ ଲାଗି ରହିଥିବା ବେଳେ କିଛି ଦିନ ତଳେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବାକୁ ନେଇ ପୁଣି ଗଣ୍ଡଗୋଳ ଆରମ୍ଭ ହୋଇଥିଲା । କମେଣ୍ଟ ମରାକୁ ନେଇ କିଛି ଯୁବକ କେଶପୁରରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ଆହତ କରିଥିଲେ । ଆହତ ହୋଇଥିବା ଯୁବକଙ୍କ ସହ ସହଯୋଗୀମାନେ କେଶପୁରରେ ପହଞ୍ଚି ଅନ୍ୟଗୋÂୀର ଯୁବକମାନଙ୍କୁ ଭୁଜାଲି ଓ ଠେଙ୍ଗା ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ । କେଶପୁର ଷ୍ଟେସନ୍ ନିକଟରେ ରହିଥିବା ଶନି ମନ୍ଦିର ଉପରେ ବୋମା ମାଡ଼ ହୋଇଥିଲା । ମନ୍ଦିର ଉପରେ ଦୁଇଟି ବୋମା ଘନ ଘନ ପଡ଼ିବାରେ ଷ୍ଟେସନ୍ରେ ଥିବା ଯାତ୍ରୀ ଭୟଭୀତ ହୋଇଥିଲେ । ତେବେ ଶନି ମନ୍ଦିରର କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ସେଠାରେ ଥିବା ଏକ ଜଳଖିଆ ଦୋକାନ ମଧ୍ୟ ଭାଙ୍ଗିଯାଇଛି । ଏନେଇ ଖଲ୍ଲିକୋଟ ଥାନାରେ ଏତଲା ହୋଇଥିବା ଆଇଆଇସି ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି । ଶୁକ୍ରବାର ରାତିରୁ ଘଟଣା ଘଟିଥିଲେ ମଧ୍ୟ ଅଦ୍ୟାବଧି ଘଟଣାରେ ସଂପୃକ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ଅନ୍ୟପକ୍ଷରେ କେଉଁ ମାନେ ଘଟଣାରେ ସଂପୃକ୍ତ ଅଛନ୍ତି ଏବଂ ବୋମା ମାଡ଼ କରୁଛନ୍ତି ପୁଲିସ ଅନୁସନ୍ଧାନ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons