ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସରକାରଙ୍କୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଚିନ୍ତା । ସେମାନେ ଫେରିବା ପୂର୍ବରୁ ସେମାନଙ୍କ ସୁରକ୍ଷା ଓ ସୁବିଧା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ଆସନ୍ତା ୮/୧୦ ଦିନ ହେଉଛି ଗୁରୁତ୍ୱପୂର୍ଣ୍ଣ । ଏ ପରିସ୍ଥିତିର ମୁକାବିଲା କରିବାକୁ ଏବେଠୁ ପ୍ରସ୍ତୁତ ରହିବାକୁ କୋଭିଡ୍ ପର୍ଯ୍ୟବେକ୍ଷକମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାହାରୁ ଓଡ଼ିଆ ଶ୍ରମିକମାନେ ଫେରିଲେ ସେମାନେ କିଭଳି ସୁବିଧାରେ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବେ, ସେ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ କରୋନା ନିୟନ୍ତ୍ରଣକୁ ସର୍ବାଧିକ ଫୋକସ୍ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବାହାରୁ ଯେଉଁ ଶ୍ରମିକ ଫେରିବେ କେହି ଭୋକିଲା ରହିବେ ନାହିଁ । ସେମାନଙ୍କର ରାସନ କାର୍ଡ ନଥିଲେ ମଧ୍ୟ ରାସନ ଯୋଗାଇବାକୁ କୋଭିଡ୍ ପର୍ଯ୍ୟବେକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ପ୍ରବାସୀ ଓଡିÿଆ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତି ଯେତିକି ଜୋର୍ ଧରିଛି ସେମାନଙ୍କ ରହିବା ପାଇଁ ଥିବା ବ୍ୟବସ୍ଥା ଓ ଭିତ୍ତିଭୂମି ସଂପର୍କରେ ଆଜି କୋଭିଡ୍ ପର୍ଯ୍ୟବେକ୍ଷଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଲୋଚନା ବେଳେ ନବୀନ ସ୍ପଷ୍ଟ କରିଛନ୍ତି ଯେ ଶ୍ରମିକମାନଙ୍କ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ତାଙ୍କ ପରିବାରକୁ କଣ୍ଟେ୍ରାଲ ସାମଗ୍ରୀ ନିଶ୍ଚିତ ମିଳିବ । ଏଥିରେ ଯେପରି କୌଣସି ଅସୁବିଧା ନହୁଏ । କରୋନା ନିୟନ୍ତ୍ରଣକୁ ବରିÂ ଆଇଏଏସ୍ମାନେ ଅତିରିକ୍ତ ନୁହେଁ ମୁଖ୍ୟ ଦାୟିତ୍ୱ ଭାବେ ନିର୍ବାହ କରିବା ଓ ଅଧିକ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ସେହିଭଳି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏବେ ୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହେଉଥିଲା ବେଳେ ଆଗାମୀ ସପ୍ତାହେ ମଧ୍ୟରେ ଏହାକୁ ଦୈନିକ ୧୦ ଲକ୍ଷ କରାଯିବା ନେଇ ବ୍ୟବସ୍ଥା କରାଯାଉ । ଜଙ୍ଗଲ ବିଭାଗ ତୁରନ୍ତ ଶ୍ରମଭିତ୍ତିକ କାମ ଆରମ୍ଭ କରିବା ସହ କେନ୍ଦୁପତ୍ର କର୍ମଚାରୀଙ୍କ ଜୀବନ ଜୀବିକା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଉ । ଉଠା ଦୋକାନୀମାନଙ୍କୁ ସପ୍ତାହକ ମଧ୍ୟରେ ସହାୟତା ରାଶି ବଣ୍ଟନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ଆଗାମୀ ଦିନରେ ରାଜ୍ୟକୁ ବହୁ ସଂଖ୍ୟାରେ ଶ୍ରମିକ ଫେରିବାକୁ ଥିବାରୁ ଅଧିକ ସଂଖ୍ୟାରେ ନମୁ୍ନା ପରୀକ୍ଷାର ଆବଶ୍ୟକତା ରହିଛି । ତେଣୁ ଦିନକୁ ରାଜ୍ୟରେ କିଭଳି ୧୫ ହଜାର ନମୁନା ପରୀକ୍ଷା କରିହେବ ସେ ଦିଗ ପ୍ରତି ପର୍ଯ୍ୟବେକ୍ଷକମାନେ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
କରୋନା ନିୟନ୍ତ୍ରଣରେ ମୁତୟନ ହୋଇଥିବା ସମସ୍ତ କର୍ମଚାରୀ ହେଉଛନ୍ତି ଜଣେ ଜଣେ ଯୋଦ୍ଧା । ତେଣୁ ଡାକ୍ତରଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ, ପୁଲିସ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ତଥା ଅନ୍ୟ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରାଯାଇଛି । ଏ ସଂପର୍କରେ ସଂପୃକ୍ତ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
Comments are closed, but trackbacks and pingbacks are open.