କୋଇଲା ଖଣିରେ ମାଟି ଅତଡା ଧସିବା ଘଟଣା : ୩ୟ ଦିନରେ ରେସକ୍ୟୁ ଅପରେସନ ଜାରି

Get real time updates directly on you device, subscribe now.

ଅନୁଗୁଳ: ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଜି ଆଉ ଜଣଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତକ ହେଲେ ରାଜକିଶୋର ମହାପାତ୍ର। ତାଙ୍କ ଘର ଶିବରାମପୁରରେ। ସେ ପମ୍ପ୍‌ ଅପରେଟର୍‌ ଭାବେ କାର‌୍ୟ କରୁଥିଲେ। ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଆଉ ୨ଜଣ ନିଖୋଜ ଅଛନ୍ତି।ସେମାନେ ହେଲେ ସୁପରଭାଇଜର ରଶ୍ମି ରଞ୍ଜନ ବେହେରା ଓ ସିକ୍ୟୁରିଟି ଗାର୍ଡ ରମେଶ ଦାଶ। ରଶ୍ମିଙ୍କ ଘର ଗୋବରା ଗାଁରେ ହୋଇଥିବା ବେଳେ ରମେଶଙ୍କ ଘରେ ନକେଇ ପଶି ଗାଁରେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଉଦ୍ଧାର କାର‌୍ୟରେ ଏନ୍‌ଡିଆର୍‌ଏଫ୍‌ର ୩୦ଜଣିଆ ଟିମ୍ ଲାଗିଛନ୍ତି। ଆଜି ମାଟି ତଳୁ ଏକ କଟା ଗୋଡ଼ ଉଦ୍ଧାର କରାଯାଇଛି।
ବୁଧବାର ଦିନ ଟ୍ରକ୍‌ ଡ୍ରାଇଭର ପୁପୁନ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା ଅନ୍ୟପକ୍ଷରେ ଖଣି ସୁରକ୍ଷା ଦାବିରେ ଆଜି ବିଜେପି ପକ୍ଷରୁ ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଖଣି ବନ୍ଦ ଯୋଗୁ କୋଇଲା ଉତ୍ତୋଳନ ଓ ପରିବହନ ପୂରା ଠପ୍ ହୋଇ ଯାଇଛି।
ସୂଚନାଥାଉ କି, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏମସିଏଲ୍‌ର ଭରତପୁର କୋଇଲା ଖଣିରେ ସିଫ୍ଟ ବଦଳ ସମୟ ହୋଇଥିବାରୁ କିଛି ଶ୍ରମିକ ବାହାରୁଥିଲେ। ଆଉ କିଛି ପ୍ରବେଶ କରୁଥିଲେ। ଏହି ସମୟରେ ହଠାତ୍ ଖଣିରେ ବ୍ଲାଷ୍ଟିଂ ଯୋଗୁ ଆଖି ପିଛୁଳାକେ ପାହାଡ଼ ସଦୃଶ ମାଟି ଧସି ହୋଇଯାଇଥିଲା। ଯାହା ଫଳରେ ଏହି ମାଟି ତଳେ ୧୩ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିଲେ।ସାଙ୍ଗେ ସାଙ୍ଗେ ୯ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons