ରାୟଗଡ଼ା,(ବି.ବି.ନ୍ୟୁଜ୍): ରାୟଗଡ଼ା ରେଳଷ୍ଟେସନର ୭ନଂ ପ୍ଲାଟଫର୍ମରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍ରେ ଘଟିଛି ଅଗ୍ନିକାଣ୍ଡ । ଟ୍ରେନରେ ଅଗ୍ନିକାଣ୍ଡ ନଜରକୁ ଆସିବା ପରେ ରେଳ ବିଭାଗ ପକ୍ଷରୁ ତୁରନ୍ତ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା । ଦମକଳ ବାହିନୀ ଯବାନମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗତ ୨୦ ଦିନ ହେଲା ବିଶାଖାପାଟନମ୍ରୁ କୋଇଲା ବୋଝେଇ ୨୨ଟି ୱାଗନ ବିଶିଷ୍ଟ ଏହି ଟ୍ରେନ୍ ଆସି ଷ୍ଟେସନରେ ଛିଡ଼ା ହୋଇଛି । କେଉ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇପାରିନି । ସୌଭାଗ୍ୟବଶତଃ ନିଆଁ ବ୍ୟାପିବା ପୂର୍ବରୁ ଏହାକୁ ଆୟତ୍ତ କରାଯାଇଥିଲା । ନିଆଁକୁ ଆୟତ୍ତ କରାଯିବା ପରେ ରେଳ ବିଭାଗର ବିଶାଖାପାଟନମ୍ ଡିଭିଜନକୁ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇିବା ଷ୍ଟେସନ ମ୍ୟାନେଜର କହିଛନ୍ତି ।
Comments are closed, but trackbacks and pingbacks are open.