ଜଗତସିଂହପୁର,(ବି.ବି.ନୁ୍ୟଜ୍): ଜଗତସିଂହପୁର ଜିଲ୍ଲା ଚିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ି ୨ ନାବାଳକ ମୃତ । ମୃତକ ହେଲେ ତୁଳଙ୍ଗ ଗ୍ରାମର ଆୟୁଷ ବିଶ୍ୱାଳ ଏବଂ ପ୍ରତୁ୍ୟଷ ବିଶ୍ୱାଳ । ସୂଚନା ଅନୁସାରେ ଉଭୟ ଆଜି ସକାଳେ ସାଇକେଲରେ କୋଚିଂ ସେଣ୍ଟର ଯାଇଥିଲେ । ତେବେ ମଧ୍ୟାହ୍ନ ସମୟରେ ନିକଟସ୍ଥ ଖୁନ୍ଦଳ ଗ୍ରାମର ପୋଖରୀରେ ଦୁଇ ନାବାଳକ ବୁଡ଼ି ଯାଇଥିବା ଖବର ପାଇ ପରିବାର ଓ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ । ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରି ପ୍ରଥମେ ଏରସମା ମେଡିକାଲ ନିଆଯାଇଥିଲା । ପରେ ସେମାନଙ୍କୁ ଜଗତସିଂହପୁର ମେଡିକାଲକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed, but trackbacks and pingbacks are open.