ଫୁଲବାଣୀ,(ବି.ବି.ନୁ୍ୟଜ୍): କୋଟଗଡ଼ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଆଜି ସିଲ୍ ହୋଇଛି । ବ୍ୟାଙ୍କ୍ର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସନେ୍ଦହରେ ଭୁବନେଶ୍ୱରରେ ଥିବା ନେଇ ଖବର ମିଳିବା ପରେ ପ୍ରଶାସନ ବ୍ୟାଙ୍କକୁ ସାନିଟାଇଜ୍ କରି ସିଲ୍ କରିଥିବା ଜଣାପଡ଼ିଛି । ଏହାକୁ ମିଶାଇ ଜିଲ୍ଲାର ୬ଟି ବ୍ୟାଙ୍କ ସିଲ୍ ହୋଇଛି । ପୂର୍ବରୁ ବ୍ୟାଙ୍କ୍ର ଫୁଲବାଣୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ, ମୁଖ୍ୟ ଶାଖା, ବଜାର ଶାଖା, ଜି. ଉଦୟଗିରି ଶାଖା, ଖଜୁରିପଡ଼ା ଶାଖା ଓ ଦାରିଙ୍ଗିବାଡ଼ି ଶାଖାକୁ ପ୍ରଶାସନ ସିଲ୍ କରିଥିଲା ।


Comments are closed, but trackbacks and pingbacks are open.