
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଆନ୍ଧ୍ରରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ଆନ୍ଧ୍ର ହାଇକୋର୍ଟ । ତେଣୁ କୋଟିଆରେ ହେବାକୁ ଥିବା ଆନ୍ଧ୍ରର ନିର୍ବାଚନ ମଧ୍ୟ ସ୍ଥଗିତ ରହିଛି । ଅନ୍ୟପକ୍ଷରେ ଆନ୍ଧ୍ର ଯେଉଁଭଳି ଭାବେ ପୁନର୍ବାର ଦାଦାଗିରି ଦେଖାଇ ନିର୍ବାଚନ କରିବାକୁ ଯାଉଥିଲା, ତା’ ବିରୋଧରେ ଏକାଠି ହୋଇଛନ୍ତି ସବୁ ଦଳର ନେତା । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶାସକ ବିଜେଡି ସହ କଂଗ୍ରେସ ଓ ବିଜେପି ହାତ ମିଳାଇ ଆନ୍ଧ୍ରକୁ ଉଚିତ ଯବାବ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କୌଣସି ପରିସ୍ଥିତିରେ ଆଗାମୀ ଦିନରେ କୋଟିଆରେ ନିର୍ବାଚନ କରାଇ ନଦେବାକୁ ଶପଥ ନେଇଛନ୍ତି । ଏମିତିକି ଆନ୍ଧ୍ରକୁ ଭୋଟ ନଦେବା ଲାଗି ବୁଧବାରଠାରୁ ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଦଳର ନେତାମାନେ ଗାଁକୁ ଗାଁ ଯିବେ ।
ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆଜି ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜୟପୁର ବିଧାୟକ ତଥା ବରିÂ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି, ବରିÂ ବିଜେପି ନେତା ଜୟରାମ ପାଙ୍ଗି, ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପଟ୍ଟାଙ୍ଗି ବିଧାୟକ ପୀତମ ପାଢି, କୋରାପୁଟ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପୂର୍ବତନ ବିଧାୟକ ଗୁପ୍ତପ୍ରସାଦ ଦାସ, ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ଷାନୀ, ବିଜେପି ଯୁବନେତା ଗୌତମ ସାମନ୍ତରାୟ, ସୂର୍ଯ୍ୟନାରାୟଣ ରଥ ଏବଂ ରମା ରାଉଳ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ଆନ୍ଧ୍ରର ଏଭଳି ନିର୍ବାଚନ ପ୍ରୟାସକୁ ତୀବ୍ର ବିରୋଧ କରିଥିଲେ ।
ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି, କୋଟିଆ ହେଉଛି ଓଡିÿଶାର ଅବିଛେଦ୍ୟ ଅଙ୍ଗ । ଏହାର ସୁରିକ୍ଷା ପାଇଁ ଦଳମତ ନିର୍ବିଶେଷରେ ସାମୂହିକ ଲଢେଇ ପାଇଁ କରାଯାଇଥିବା ପ୍ରୟାସ ସ୍ୱାଗତଯୋଗ୍ୟ । ଆଗାମୀ ଦିନରେ କୋଟିଆରେ ଯଦି ଆନ୍ଧ୍ର ପକ୍ଷରୁ ନିର୍ବାଚନ କରାଯାଏ, ତା’ହେଲେ ଏହାକୁ ରୋକିବା ଲାଗି ପ୍ରଶାସନିକ ଅଧିକାରୀମାନଙ୍କୁ ଅଧିକ ତପôର ହେବାକୁ ପଡିବ । କୋଟିଆବାସୀଙ୍କୁ ଯେଉଁମାନେ ପ୍ରଲୋଭିତ କରି ଆନ୍ଧ୍ରକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ନିଆଯାଉ । ପୁଲିଂ ବୁଥ୍କୁ ଲୋକେ ଯେମିତି ଭୋଟ ଦେବାକୁ ନଯିବେ, ତା’ର ବ୍ୟବସ୍ଥା କରାଯାଉ । ବରିÂ ବିଜେପି ନେତା ଶ୍ରୀ ପାଙ୍ଗି କହିଛନ୍ତି, ଆନ୍ଧ୍ର ଯାହା କଲେ ବି କୋଟିଆକୁ ନେଇପାରିବନାହିଁ । କୋଟିଆ ଓଡିÿଶାର ବୋଲି ବଳିÂ ପ୍ରମାଣ ରହିଛି । ୧୯୦୩ ମସିହାରେ ପାଚିପେଣ୍ଡା ଅଞ୍ଚଳ ଜୟପୁର ରାଜାଙ୍କ ଅଧୀନକୁ ଆସିଥିଲା । ଏସବୁ ଅଞ୍ଚଳରୁ ଜୟପୁର ରାଜା ରାଜସ୍ୱ ଆଦାୟ କରୁଥିଲେ । ଏମିତିକି ସ୍ୱତନ୍ତ୍ର ଓଡିÿଶା ଗଠନ ବେଳେ ପାଚିପେଣ୍ଡା ଓଡିÿଶାର ଥିଲା । ଆର୍କୁ ଏବଂ ବୋରାଗୁମ୍ଫା ବି ଓଡିÿଶାର ଥିଲା । ବୋରାଗୁମ୍ଫା କବ୍ଜା କରିବା ପରେ ଆନ୍ଧ୍ର କୋଟିଆ ଅଞ୍ଚଳର ଖଣିକୁ ନେବା ଲାଗି ଲୋଭ କରିଛି । ଆଗାମୀ ଦିନରେ ଆନ୍ଧ୍ର ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ଲାଗି ନିର୍ବାଚନ କଲେ କୋଟିଆ ଅଞ୍ଚଳର ଭୋଟଦାନ କେନ୍ଦ୍ରକୁ ସମସ୍ତ ରାସ୍ତା ଅବରୋଧ କରାଯିବ । ସୀମାନ୍ତ ରାସ୍ତା ସିଲ କରାଯିବ । ଯେଉଁମାନେ ଓଡିÿଶା ଭିତରେ ରହି ଓଡିÿଶାର ସ୍ୱାର୍ଥ ବିରୋଧରେ କାମ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁÂାନ ନେବାକୁ ବୈଠକରେ ଦାବି କରିଛନ୍ତି ଶ୍ରୀ ପାଙ୍ଗି । ବୈଠକରେ ନିଷ୍ପତ୍ତି ହୋଇଛି, ସବୁ ଦଳ ଏକାଠି ହୋଇ ଏଥର ଆନ୍ଧ୍ରକୁ କଡ଼ା ଜବାବ ଦେବେ । ସ୍ୱେଚ୍ଛାସେବୀ ସଂଗଠନ ବି ସହାୟତାର ହାତ ବଢାଇବେ ।
ସୂଚନାଥାଉକି, କୋଟିଆରେ ୮ ତାରିଖରେ ଆନ୍ଧ୍ର ଏହି ନିର୍ବାଚନ କରିବାକୁ ଯାଉଥିଲା । ଏଥିଲାଗି ଗତ ପହିଲାରେ ବିଜ୍ଞପ୍ତି ପ୍ରକାଶ କରିଥିଲା । କେବଳ କୋଟିଆ ନୁହେଁ, ଆନ୍ଧ୍ରରେ ଏହି ନିର୍ବାଚନ ହୋଇଥାନ୍ତା । ବିଜ୍ଞପ୍ତିର ମାତ୍ର ୮ ଦିନ ମଧ୍ୟରେ ନିର୍ବାଚନ ହେବାକୁ ଥିବାରୁ ସେଠାକାର ବିରୋଧୀ ଦଳଗୁଡିକ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶାସକ ଦଳର ପ୍ରରୋଚନାରେ ତରବରିଆ ଭାବେ ନିର୍ବାଚନ କରାଯାଉଥିବା ନେଇ ଆନ୍ଧ୍ର ଟିଡିପି ସହିତ ବିରୋଧୀ ଦଳଗୁଡିକ ଏହାକୁ ବିରୋଧ କରିଥିଲେ । ଏହାର ବିଚାରକରି ଆନ୍ଧ୍ର ହାଇକୋର୍ଟ ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି । ଆନ୍ଧ୍ର ନିର୍ବାଚନ ବନ୍ଦ ରହିଥିବାରୁ କୋଟିଆରେ ହେବାକୁ ଥିବା ନିର୍ବାଚନ ମଧ୍ୟ ବନ୍ଦ ରହିବ । ଆଗାମୀ ଦିନରେ ପୁଣିଥରେ କେବେ ନିର୍ବାଚନ ହେବ, ସେ ନେଇ ସେଠାକାର ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ତାରିଖ ଘୋଷଣା ହେବ । ଏ ସମ୍ପର୍କରେ ଆମ କୋଟିଆ ସଂଗଠନର ଆବାହକ ଗଦାଧର ପରିଡା କହିଛନ୍ତି, ଆନ୍ଧ୍ର ସରକାର ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି ଏଭଳି ପ୍ରୟାସ କରୁଥିବେ । ଯାହାକୁ ଆନ୍ଧ୍ର ହାଇକୋର୍ଟ ସେଠାକାର ସରକାରଙ୍କ ପ୍ରୟାସକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି । କେବଳ ସେତିକି ନୁହେଁ, ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ଆଦେଶକୁ ମଧ୍ୟ ଉଲ୍ଲଂଘନ କରିଛନ୍ତି । କାରଣ ସୁପ୍ରିମକୋର୍ଟରେ ନିର୍ବାଚନ ପ୍ରସଙ୍ଗରେ ଆସନ୍ତା ୯ ତାରିଖରେ ଶୁଣାଣି ଥିବା ବେଳେ ତା’ ପୂର୍ବରୁ ଅର୍ଥାତ୍ ୮ ତାରିଖରେ ନିର୍ବାଚନ କରିବାକୁ ଆନ୍ଧ୍ର ଉଦ୍ୟମ କରିଥିଲା । ହାଇକୋର୍ଟଙ୍କ ନିଦେ୍ର୍ଧଶ ଆନ୍ଧ୍ର ସରକାରଙ୍କ ଗାଲରେ ଶକ୍ତ ଚାପୁଡା ସଦୃଶ ହୋଇଛି ।
Comments are closed, but trackbacks and pingbacks are open.