କୋଟିଏ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ୍): ଗଞ୍ଜେଇ ଧରିବାରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସ ଏବଂ ବିଏସଏଫ୍ ୧୫ ବାଟାଲିୟନ୍କୁ ମିଳିଛି ସଫଳତା । ମାଲକାନଗିରି ସୀମାନ୍ତ ଅନକାଡେଲି ପଞ୍ଚାୟତର ହନୁମାଳ ଗାଁ ନିକଟରୁ ଆଜି କୋଟିଏ ଟଙ୍କାର ଗଞ୍ଜେଇ ସହ ଏକ ଭ୍ୟାନ, ଦେଶୀ ପିସ୍ତଲ ଓ ୨ଟି ଗୁଳି ଜବତ କରାଯାଇଛି । ପୁଲିସକୁ ଦେଖି ଗାଡ଼ି ଛାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଥିବା କୁହାଯାଇଛି । ଗାଡ଼ିରୁ ମୋଟ ୮ କୁଇଣ୍ଟାଲ୍ ୫୮କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି, ମାଲକାନଗିରି ସୀମା ହନୁମାଳ ଗାଁ ନିକଟରେ ମଙ୍ଗଳବାର ମାଓବାଦୀ ସକ୍ରିୟ ଥିବା ସୂଚନା ମିଳିଥିଲା । ମାଛକୁଣ୍ଡ ବିଏସଏଫ୍ କମ୍ପାନି କମାଣ୍ଡାଣ୍ଟ ମନୀଷ ଥାପଲିୟାଲ୍ଙ୍କ ନେତୃତ୍ୱରେ ଯବାନମାନେ ସେହି ଅଞ୍ଚଳକୁ କମ୍ବିଂରେ ଯାଇଥିଲେ । ଠିକ୍ ସେତିକି ବେଳେ ଏକ ଭ୍ୟାନ୍(ଓଆର ୧୦ଡି ୪୮୭୩) ହନୁମାଳ ଗାଁ ଦେଇ ଆସୁଥିଲା । ଗାଡ଼ିଟିକୁ ପୁଲିସ ଓ ଯବାନମାନେ ଅଟକାଇଥିଲେ । ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଡ୍ରାଇଭର ଓ ହେଲ୍ପର୍ ଚମ୍ପଟ ମାରିଥିଲେ । ଯାଞ୍ଚ ପରେ ଗାଡ଼ିରୁ ୮ କୁଇଣ୍ଟାଲ ୫୮କେଜି ଗଞ୍ଜେଇ ସହ ଏକ ଦେଶୀ ପିସ୍ତଲ, ଦୁଇଟି ଗୁଳି ଜବତ କରାଯାଇଥିଲା । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଏହା ମାଛକୁଣ୍ଡରୁ ଲମତାପୁଟ ଦେଇ ଛତିଶଗଡ଼କୁ ଚାଲାଣ ହେଉଥିଲା ବୋଲି ପୁଲିସ୍ କହିଛି । ଏହି କାରବାରରେ କେଉଁମାନେ ସମ୍ପୃକ୍ତ, ତାହାର ତଦନ୍ତ ଚାଲିଛି । ଖୁବଶୀଘ୍ର ଚାଲାଣକାରୀଙ୍କୁ ଧରାଯିବ ବୋଲି ଏସଡିପିଓ ଶ୍ରୀ ମହାପାତ୍ର କହିଛନ୍ତି । ଚଢ଼ଉରେ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା, ସେକେଣ୍ଡ ଅଫିସର ଡମ୍ବରୁଧର ବାତ୍ରିଆ, ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ, ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ୱର କିର୍ସାନୀଙ୍କ ସହ ବିଭାଗୀୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons