କୋଟିଏ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

ରାୟଗଡ଼ା: ଚନ୍ଦ୍ରପୁର ପୁଲିସ୍କୁ ମିଳିଛି ବଡ଼ ସଫଳତା । ରାଜ୍ୟ ବାହାରକୁ ଚାଲାଣ ପାଇଁ ରଖାଯାଇଥିବା ୧୧୮୦ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି କାରବାରରେ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରାମନାଥ ଝିଣ୍ଡ୍ରିଗୁଡ଼ିକା, ପ୍ରଜା ଶ୍ରାମୁତିକା ଏବଂ ଇଶା ଦୁର୍ବାକା । ଜବତ ଗଞ୍ଜେଇର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି ।
ଚନ୍ଦ୍ରପୁର ଥାନା ଅନ୍ତର୍ଗତ ରବିଗୁଡ଼ା ଗାଁ ନିକଟରେ ବିପୁଳ ଗଞ୍ଜେଇ ମହଜୁଦ୍ ଥିବା ବିଷମକଟକ ଏସ୍ଡିପିଓ ଆକାଶ ଚନ୍ଦ୍ର ସାହୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ଏହାପରେ ଏସଡିପିଓ ଶ୍ରୀ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ରବିଗୁଡ଼ା ଗାଁ ନିକଟରେ ଚଢ଼ଉ କରିଥିଲା । ଚଢାଉ ବେଳେ ୫୯ଟି ପ୍ୟାକେଟରେ ୧୧୮୦ କେଜି ଗଞ୍ଜେଇ ରହିଥିବା ଜଣାପଡିଥିଲା । ସେଠାରୁ ୩ ଜଣଙ୍କୁ କାବୁ କରାଯାଇଥିଲା । ଜବତ ଗଞ୍ଜେଇକୁ ଥାନାକୁ ନେଇଥିଲା ପୁଲିସ୍ । ମୋଟ ୧୧୮୦ କେଜି ଗଞ୍ଜେଇ ଥିବା ଓଜନ କରାଯିବା ପରେ ଜଣାପଡିଥିଲା । ଏ ସମ୍ପର୍କରେ ଚନ୍ଦ୍ରପୁର ଥାନାରେ ଏନ୍ଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି । ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଅଧିକ ତଦନ୍ତ ଜାରି ରହିଥିବା ଏସ୍ଡିପିଓ କହିଛନ୍ତି ।
ସୂଚନାଥାଉକି, ଗତ ୨ ମାସ ହେଲା ଲଗାତାର ଚନ୍ଦ୍ରପୁର ଓ ମୁନିଗୁଡ଼ା ଥାନା ଅଂଚଳରୁ ବିପୁଳ ଗଞ୍ଜେଇ ଜବତ କରିବାରେ ପୁଲିସ୍ ସଫଳ ହୋଇଛି । କେତେବେଳେ ପଣସ ଗାଡ଼ିରେ ତ ଆଉ କେତେବେଳେ ଆମ୍ବ ଗାଡ଼ିରେ ମାଫିଆମାନେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଏବଂ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ କରୁଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons