କୋଟିଏ ଟଙ୍କାର ଗୁଟଖା ଜବତ, ଜଣେ ଗିରଫ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଓ ଚାନ୍ଦିଲି ପୁଲିସକୁ ଗୁଟ୍ଖା ଓ ଖଇନି ର୍ୟାକେଟ ଧରିବାରେ ମିଳିଛି ବଡ଼ ସଫଳତା । ଆଜି ବିପୁଳ ପରିମାଣରେ ଗୁଟ୍ଖା ଓ ଖଇନି ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଇପିଲି ରବି କୁମାର ଓ ତାଙ୍କ ଘର ରାୟଗଡ଼ା ସହରରେ । ଆଉଜଣେ ଗୁଟ୍ଖା ବ୍ୟବସାୟୀ ଫେରାର୍ ହୋଇଯାଇଛି । ମୋଟ ୩୬୬ ବସ୍ତା ଗୁଟ୍ଖା ଓ ଖଇନି ସମେତ ଅଳ୍ପ ପରିମାଣର ବିଡ଼ି ଜବତ କରାଯାଇଛି । ଜବତ ସାମଗ୍ରୀର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଇଆଇସି ନିହାରରଞ୍ଜନ ପ୍ରଧାନ କହିଛନ୍ତି ।
ଶନିବାର ରାତିରେ ରାୟଗଡ଼ା ଏସ୍ପି ଡ.ଶର୍ବଣା ବିବେକ.ଏମ୍ଙ୍କୁ ଏକ ଗୁଟ୍ଖା ର୍ୟାକେଟର ସୂଚନା ମିଳିଥିଲା । ରାୟଗଡ଼ା ଓ ଚାନ୍ଦିଲି ଥାନାର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣରେ ଗୁଟ୍ଖା ଓ ଖଇନି ଗଚ୍ଛିତ ଥିବା ସୂଚନା ମିଳିବା ପରେ ତୁରନ୍ତ ସମସ୍ତ ସ୍ଥାନରେ ଚଢ଼ଉ ପାଇଁ ଏସ୍ପି ସମ୍ପୃକ୍ତ ଥାନା ଆଇଆଇସିମାନଙ୍କୁ ନିଦେ୍ର୍ଧଶ େଽଇଥିଲେ । ନିଦେ୍ର୍ଧଶ ପାଇବା ପରେ ରାୟଗଡ଼ା ଥାନା ଆଇଆଇସି ଶ୍ରୀ ପ୍ରଧାନ, ଚାନ୍ଦିଲି ଥାନା ଆଇଆଇସି ରଶ୍ମୀରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଚଢ଼ଉ କରିଥିଲା । ଚଢ଼ଉ ବେଳେ ସହରର ସାଇପ୍ରିୟାନଗରଠାରେ ୩ ଟି ଭଡ଼ାଘରେ ୩୩୦ ବସ୍ତା ଗୁଟ୍ଖା ଓ ଖଇନିକୁ ପୁଲିସ ଜବତ କରି ରାୟଗଡ଼ା ଥାନାକୁ ଆଣିଥିଲା । ଅପରପକ୍ଷରେ, ଚାନ୍ଦିଲି ପୁଲିସ ପକ୍ଷରୁ ଜେକେପୁର ଓ ଜିଞ୍ଜିଲିବାଡ଼ି ଗାଁରେ ଚଢଉ ହୋଇଥିଲା । ଚଢ଼ାଉ ବେଳେ ଜିଞ୍ଜିଲିବାଡ଼ି ଗାଁର ଏକ ଭଡାଘରୁ ୧୧ ବସ୍ତା ଗୁଟ୍ଖା ପୁଲିସ ପାଇଥିଲା । ଏହା ମଧ୍ୟ ଅଭିଯୁକ୍ତ ରବି କୁମାରଙ୍କର ବୋଲି ପୁଲିସ ଜାଣିବାକୁ ପାଇଥିଲା । ଜବତ ଗୁଟ୍ଖାର ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିପରି ଜେକେପୁର ଠାରେ ମଧ୍ୟ ଏକ ଭଡ଼ାଘର ଉପରେ ଚଢ଼ଉ କରାଯାଇ ୨୫ ବସ୍ତା ଖଇନି ଜବତ କରାଯାଇଛି । ଏହାର ମୂଲ୍ୟ ୧ ଲକ୍ଷ ୭୦ ହଜାର ଟଙ୍କା ରହିଛି । ଏହି ଖଇନି ଗଚ୍ଛିତ ରଖିଥିବା ବ୍ୟବସାୟୀ ମୁକେଶ ଅଗ୍ରୱାଲ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ତାଙ୍କୁ ଧରିବା ପାଇଁ ପୁଲିସ ଉଽ୍ୟମ ଜାରି ରଖିଛି ବୋଲି ଚାନ୍ଦିଲି ଆଇଆଇସି ଶ୍ରୀ ପ୍ରଧାନ କହିଛନ୍ତି ।
ଏସ୍ପିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ରବି କୁମାର ଓ ମୁକେଶ ସମ୍ବଲପୁର, ଝାରସୁଗୁଡ଼ା ଓ ବ୍ରହ୍ମପୁରରୁ ଗୁଟ୍ଖା ଓ ଖଇନି ଆଣି ରାୟଗଡ଼ା ସମେତ ପଡେ଼ାଶୀ ଗଜପତି ଓ କୋରାପୁଟ ଜିଲ୍ଲାକୁ ଯୋଗାଣ କରୁଥିଲେ । ଏତଽ୍ବ୍ୟତୀତ ଆନ୍ଧ୍ରପ୍ରେଽଶର କିଛି ଅଞ୍ଚଳକୁ ମଧ୍ୟ ଯୋଗାଣ ହେଉଥିବା ତଽନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି । ବେଆଇନ ଭାବେ ଖଇନି ଓ ଗୁଟ୍ଖା ବ୍ୟବସାୟରେ ଏମାନେ ଲିପ୍ତ ରହି ଏହି କାର୍ଯ୍ୟ ଽୀର୍ଘ ଽିନ ହେଲା କରିଆସୁଛନ୍ତି । ଏଭଳିକି ରବି କୁମାର ଗତ ୪ ମାସ ପୂର୍ବେ ରାୟଗଡ଼ା ପୁଲିସ ଽ୍ୱାରା ଗୁଟ୍ଖା ବ୍ୟବସାୟ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଏବେ ପୁଣିଥରେ ସେହି ବ୍ୟବସାୟ କରି ଗିରଫ ହୋଇଛନ୍ତି । ଗିରଫ ପରେ ଆଜି ତାଙ୍କ କୋଭିଡ୍ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସ୍ପି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons