
ଖଡ଼ିଆଳ,(ବି.ବି.ନୁ୍ୟଜ): ନୂଆପଡ଼ା ଜିଲ୍ଲା ଖଡିଆଳ ସହରର ବିଭିନ୍ନ ସ୍ଥାନରେ ବିକ୍ରି କର (ସେଲ ଟେr) ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ପ୍ରାୟ ଏକ କୋଟିର ଟିକସ ଫାଙ୍କି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ସହରର ରଶ୍ମୀ ଅଟୋମୋବାଇଲକୁ ଭବାନୀପାଟଣା ଇନଫୋର୍ସମେଣ୍ଟ ଟିମ ଚଢ଼ଉ କରିଥିବା ବେଳେ ଲକ୍ଷ୍ମୀ ସେଲ୍ସରେ ନୂଆପଡ଼ା ଇନଫୋର୍ସମେଣ୍ଟ ଟିମ୍ ଚଢ଼ଉ କରିଥିବା ଜଣାପଡିଛି । କେବଳ ଲକ୍ଷ୍ମୀ ସେଲ୍ସରେ ପାଖାପାଖି ୧ କୋଟି ଟଙ୍କାର ଟିକସ ଫାଙ୍କି ହୋଇଥିବା ଏନ୍ଫୋର୍ସମେଣ୍ଟ ଟିମ୍ ସୂଚନା ଦେଇଛି । ରଶ୍ମୀ ଅଟୋ ମୋବାଇଲରେ ଖବର ଲେଖାହେବା ଯାଏ ଚଢ଼ଉ ଜାରି ରହିଥିଲା । ତେଣୁ ସେଠାକାର ତଥ୍ୟ ମିଳିପାରି ନାହିଁ । ଚଢ଼ଉ ବେଳେ କମ୍ପୁ୍ୟଟର ଏବଂ ବିଭିନ୍ନ କାଗଜାତ ମଧ୍ୟ ଟିମ୍ ଜବତ କରିଥିବା ଜଣାପଡ଼ିଛି ।
ଏହି ଚଢ଼ଉରେ ନୂଆପଡ଼ା ୟୁନିଟର ଡେପୁଟି କମିଶନର ପ୍ରିୟବ୍ରତ ଗଡ଼ତିଆ, ରାଜ୍ୟ କର ଅଧିକାରୀ ସୁଶୀଳ କୁମାର ଖାଲକୋ, ଅତିରିକ୍ତ ରାଜ୍ୟ କର ଅଧିକାରୀ ସୁଜିତ ପଣ୍ଡା ଏବଂ କଳାହାଣ୍ଡି ରେଞ୍ଜ ରାଜ୍ୟ କର ଅଧିକାରୀ ନିଳାଦ୍ରୀ ବିହାରୀ ଦାଢିଆ ଓ ଭବାନୀଶଙ୍କର ପଟେଲ, ଅତିରିକ୍ତ ରାଜ୍ୟ କର ଅଧିକାରୀ ମମିତା ପୂଜାରୀଙ୍କ ସହ ଏଆର୍ପି ଫୋର୍ସ ସାମିଲ ଥିଲେ ।


Comments are closed, but trackbacks and pingbacks are open.