କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): କିଛି ଦିନର ବ୍ୟବଧାନ ପରେ ବାଲେଶ୍ୱର ସହରରୁ ପୁଣି ବ୍ରାଉନସୁଗର ଜବତ ହୋଇଛି । ରାଜ୍ୟ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଗତ ଶୁକ୍ରବାର ସ୍ଥାନୀୟ ସହଦେବଖୁଣ୍ଟାସ୍ଥିତ ଏକ ହୋଟେଲରେ ଚଢ଼ଉ କରି କୋଟିଏରୁ ଊଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗର ଜବତ କରିଛି । ଏଥିରେ ଜଡ଼ିତ ଥିବା ଅଭିଯୋଗରେ ଟିମ୍ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସହଦେବଖୁଣ୍ଟା ଆଦର୍ଶ ଥାନା ଅଧୀନ ଅରଡ଼ବଜାର ମସ୍ଜିଦ୍ ଗଳିର ସେକ୍ ଜମିର ଓରଫ୍ ଛୋଟୁ, ନୂଆ ବଜାରର ପ୍ରଭାତ ସେଠୀ ଓ କସମିଳା ଗ୍ରାମର ଯଶୋବନ୍ତ ବାଗ୍ ଓରଫ୍ ଶୁକୁରା ।
ସୂଚନା ଅନୁସାରେ, ନିଶା କାରବାର ତାଲିକାର ଶୀର୍ଷରେ ଥିବା ବାଲେଶ୍ୱର ଜିଲ୍ଲା କିଛି ଦିନ ଧରି କ୍ରାଇମବ୍ରାଞ୍ଚ ନଜରରେ ରହି ଆସୁଛି । ତେବେ ଶୁକ୍ରବାର ଅଚାନକ ସହଦେବଖୁଣ୍ଟାସ୍ଥିତ ଜ୍ୟୋତିସାଗର ହୋଟେଲରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଚଢ଼ଉ କରିଥିଲା । ସେଠାରୁ ଟିମ୍ ପ୍ରାୟ ୧ କିଗ୍ରା ଓଜନର ବ୍ରାଉନସୁଗର ଜବତ କରିଥିଲା । ଏଥିରେ ଜଡ଼ିତ ଥିବା ୩ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନାଁରେ ଏସ୍ଟିଏଫ୍ କେସ୍ ନଂ-୨୮/୨୦୨୦ରେ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏହି ଚଢ଼ଉରେ ସହଦେବଖୁଣ୍ଟା ଥାନା ପୁଲିସ୍ ସହାୟତା କରିଥିଲା ।
ସୂଚନାଯୋଗ୍ୟ, ୨୦୨୦ ମସିହାରେ ଏସ୍ଟିଏଫ୍ ଟିମ୍ ଚଢ଼ଉ କରି ମୋଟ ୨୩ କିଲୋଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୪୭ ଜଣଙ୍କୁ ଗିରଫ କଲାଣି । ଏନେଇ ମୋଟ ୨୫ଟି ମାମଲା ରୁଜୁ ହୋଇଛି । ବାଲେଶ୍ୱରରେ ନିଶା କାରବାର ବଢ଼ି ଚାଲିଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ସୃଷ୍ଟି ହୋଇଛି । ଏହାକୁ ମୂଳୋପôାଟନ କରିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons