ସାନଖେମୁଣ୍ଡି : ବୀଭତ୍ସ ହତ୍ୟାକାଣ୍ଡ । କୋଠ ଘରୁ ମିଳିଲା ବୃଦ୍ଧଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପ୍ରତାପଗିରି ଗାଁରେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । କୋଠ ଘରୁ ବୃଦ୍ଧଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପ୍ରତାପଗିରି ଗାଁର ଅରକାରଡା ପାତ୍ର । କୋଠ ଘରେ ଶୋଇଥିବା ବେଳେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.