ବଲାଙ୍ଗିର,(ବି.ବି.ନୁ୍ୟଜ୍): ଜିଲ୍ଲାର ଜଣାଶୁଣା ପୁଲିସ ଇନ୍ସପେକ୍ଟର ତଥା ଏସପି ଅଫିସ ସ୍ଥିତ କୋଭିଡ଼ କଣ୍ଟେ୍ରାଲରୁମ ଇନ୍ଚାର୍ଜ ବିଜୟ କରକରାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ଅପରାହ୍ଣରେ ତାଙ୍କର ମୃତୁ୍ୟ ଘଟିଥିବା ପ୍ରକାଶ । ଏସମ୍ପର୍କରେ ପୁଲିସ ବିଭାଗ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ସେ ବଲାଙ୍ଗିର ସମେତ ଟିଟିଲାଗଡ଼, କଣ୍ଟାବାଞ୍ଜି ଆଦି ଥାନାରେ କାର୍ଯ୍ୟରତ ଥିଲେ ।
Comments are closed, but trackbacks and pingbacks are open.