ଜୟପୁର,(ବି.ବି.ନୁ୍ୟଜ୍): ଏକ କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଡିସ୍କୋ ଡ୍ୟାନ୍ସର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମନ ଭରି ନିଜ ପସନ୍ଦର ବଲିଉଡ୍ ନାଚ ନାଚିଛନ୍ତି ଏହି କରୋନା ସଂକ୍ରମିତ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ୍େକାରାପୁଟ ଜିଲ୍ଲା ଜୟପୁର କୋଭିଡ୍ ହସ୍ପିଟାଲରୁ । ଆଉ ଏହି ଆକ୍ରାନ୍ତମାନେ ଦାମନଯୋଡ଼ି ଅଞ୍ଚଳର ବୋଲି ଜଣାପଡିଛି । ଏହି ଭିଡିଓରେ ୪ ଜଣ କରୋନା ସଂକ୍ରମିତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ଟି ୨ ମନିଟ ୩୬ ସେକେଣ୍ଡର । ତେବେ ସେମାନେ କେବେ କରିଛନ୍ତି , କେତେବେଳେ କରିଛନ୍ତି ଓ କାହିଁକି କରିଛନ୍ତି, ତାହା ଜଣାପଡିନାହିଁ । ଯଦି ସେମାନେ ମନଖୁସି କରିବାକୁ ଡ୍ୟାନ୍ସ କରିଛନ୍ତି, ତାହେଲେ ଏହାର ଭିଡିଓ କାହିଁକି କଲେ ଓ ଏହାକୁ କାହିଁକି ଭାଇରାଲ କଲେ, ସେ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ତେବେ ଏ ଘଟଣା ନେଇ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଅନ୍ୟପକ୍ଷରେ ଗତ ସୋମବାର ଦିନ ଏହି କୋଭିଡ ହସ୍ପିଟାଲରେ ବିଭିନ୍ନ ଅସୁବିଧା ନେଇ ଅଭିଯୋଗ ହୋଇଥିଲା । ଠିକ୍ ସେ ଖାଇବାକୁ ଦିଆଯାଉନଥିବା ଓ ବାଥ୍ରୁମ୍ ସଫା କରାଯାଉ ନଥିବା ନେଇ ଆକ୍ରାନ୍ତମାନେ ଏକ ଭିଡିଓ ଭାଇରାଳ କରିଥିଲେ । ଏନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜାଣି ମଧ୍ୟ ଘଟଣାକୁ ଖଣ୍ଡନ କରିଥିଲେ । ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୧ ରେ ପହଞ୍ଚିଛି । ସେଥିମଧ୍ୟରୁ କୋଭିଡ୍ ହସ୍ପିଟାଲରେ ୧୫୪ ଜଣ ଚିକିତ୍ସିତ ହେଉଛନ୍ତି । ୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Comments are closed, but trackbacks and pingbacks are open.