କୋଭିଡ୍ରେ ଆଉଜଣେ ମୃତ, ୧୦୮ ଆକ୍ରାନ୍ତ

Get real time updates directly on you device, subscribe now.

ରାୟଗଡ଼ା: ଜିଲ୍ଲାରେ ଅନ୍ୟ ଦିନ ଅପେକ୍ଷା ଆଜି ସଂକ୍ରମଣ କମ ରହିଥିଲେ ମଧ୍ୟ ଜଣଙ୍କର ମୃତୁ୍ୟ ଘଟିଛି । ଆଜି ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ମୃତକ ହେଲେ ରାୟଗଡ଼ା ବ୍ଲକ ଚାନ୍ଦିଲି ଗାଁର ଜଣେ ୨୮ ବର୍ଷୀୟ ମହିଳା । ସେ କରୋନା ସମେତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଳେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ଘଟିଛି । ଆଜିର ମୃତକଙ୍କୁ ମିଶାଅ ଏହିସଂଖ୍ୟା ୧୨୦ରେ ପହଞ୍ଚିିଛି । ଅନ୍ୟପକ୍ଷେ ଜିଲ୍ଲାରେ ଆଜି ଆଉ ଜଣଙ୍କ ମୃତୁ୍ୟ ଘଟିଥିଲେ ମଧ୍ୟ ସରକାରୀ ଭାବେ ଘୋଷଣା ହୋଇ ନାହିଁ ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରାୟଗଡ଼ା ସହରରୁ ୩୩ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ମୁନିଗୁଡ଼ା ବ୍ଲକରୁ ୧୩, ପଦ୍ମପୁର ବ୍ଲକରୁ ୧୦, ଗୁଡ଼ାରୀ ବ୍ଲକରୁ ୯, ରାୟଗଡ଼ା ବ୍ଲକରୁ ୭, ବିଷମକଟକ, ଗୁଣପୁର ଓ କାଶୀପୁର ବ୍ଲକରୁ ୬ଜଣ ଲେଖାଏଁ, ରାମନାଗୁଡ଼ା ଓ ଚନ୍ଦ୍ରପୁର ବ୍ଲକରୁ ୫ ଜଣ ଲେଖାଏଁ, କୋଲନରା ବ୍ଲକରୁ ୪, ଗୁଣପୁର ସହରରୁ ୩ ଏବଂ କଲ୍ୟାଣସିଂହପୁର ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଗତକାଲି ଜିଲ୍ଲାରେ ୧୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୬୫ ଜଣ ପୁରୁଷ ଏବଂ ୪୩ ଜଣ ମହିଳା ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ କରୋନା ଯୋଦ୍ଧା ଅଛନ୍ତି । ସମସ୍ତେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି । ଘରକୁ ଘର ସର୍ଭେ ପରେ ୬୦ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆଜିପର୍ଯ୍ୟନ୍ତ ୧୭ ହଜାର ୨୭୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୫ ହଜାର ୫୩୧ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୦ ଜଣଙ୍କ ମୃତୁ୍ୟ ଘଟିଛି । ବଳକା ୧ହଜାର ୬୩୦ଜଣ ଚିକିତ୍ସାଧୀନ ଅଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons