କୋଭିଡ୍ ନିୟମ ମାନି ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

Get real time updates directly on you device, subscribe now.

ବାଲେଶ୍ୱର: ବାଲେଶ୍ବର ଉପ-ନିର୍ବାଚନରେ ଡିଜିଟାଲ ବା ଭର୍ଚୁଆଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଉପନିର୍ବାଚନ ଲାଗି ତିର୍ତ୍ତୋଲ ସହ ବାଲେଶ୍ୱର ସଦର ବିଧାନସଭା ଆସନରେ ପ୍ରଚାର ଜମୁଛି ।
ମୁଖ୍ୟମନ୍ତ୍ରୀ ୧୯୯୯ ମହାବାତ୍ୟା କିଭଳି ରାଜ୍ୟବାସୀଙ୍କୁ ଦୁଃଖ ଦେଇଥିଲା, ସେ ସଂପର୍କରେ କହିଥିଲେ। ମହାବାତ୍ୟା କିଭଳି ଓଡ଼ିଶାକୁ ଛାରଖାର୍ କରିଥିଲା ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ଓଡ଼ିଶା ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନାରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି । ଫାଇଲିନ୍ ବେଳେ ସତର୍କତାର ସହ ଓଡ଼ିଶା ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲା ।

ଯାହାକୁ ଜାତିସଂଘ ପ୍ରଂଶସା କରିଛି। ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ସବୁ ଲୋକଙ୍କୁ ମାଗଣା କୋଭିଡ୍ ଚିକିତ୍ସା ଦେଉଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗତକାଲି ତିର୍ତ୍ତୋଲରେ ଭର୍ଚୁଆଲ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କୁ କୋଭିଡ୍ ନିୟମ ମାନି ସାବଧାନତାର ସହ ଭୋଟ୍ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ବାଲେଶ୍ୱରର ବିକାଶ ଦାୟିତ୍ୱ ନିଜେ ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons