ଭଞ୍ଜନଗର,(ବି.ବି.ନୁ୍ୟଜ୍): ଆଜି ପୁଣି ଜଣେ କୋଭିଡ୍ ଯୋଦ୍ଧା ଶିକ୍ଷକଙ୍କ ମୃତୁ୍ୟ ହୋଇଛି । ଶିକ୍ଷକ ଜଣଙ୍କ ହେଉଛନ୍ତି କୁଶଧ୍ୱଜ ସେଠୀ । ସେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରୁଥିଲେ ।
ଗତ ୫ ତାରିଖରେ ସ୍ୱାସ୍ଥ୍ୟ ଖରାପ ହେବାରୁ ବ୍ରହ୍ମପୁର ଡାକ୍ତରଖରନା ନିଆଯାଇଥିଲା । ପରେ ସେଠାରୁ କୋଭିଡ୍ ହସଥପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ମଧ୍ୟାହ୍ନରେ ତାଙ୍କର ମୃତୁ୍ୟ ହୋଇଥିବା ତାଙ୍କ ପନôୀ ଜଣାଇଛନ୍ତି । ଭଞ୍ଜନଗର ବିଇଓ ଏସ୍. ଧନଞ୍ଜୟ, ଡୁମାକୁମ୍ପା କ୍ଲଷ୍ଟର ସିଆର୍ସିସି ତ୍ରିନାଥ ବେହେରା, ସରପଞ୍ଚ କୁଞ୍ଜଲତା ପ୍ରଧାନ, ସମିତି ସଭ୍ୟ ଟୁକୁନା ସାହୁ, ସରପଞ୍ଚ ପ୍ରତିନିଧି ଶିବଶଙ୍କର ପ୍ରଧାନ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ପ୍ରକାଶ ଥାଉ କି ଶିକ୍ଷକ କୁଶଧ୍ୱଜ ସେଠୀ ଗଣ ଶିକ୍ଷକ ରୂପେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦରମା ବାବଦକୁ ମାତ୍ର ଛଅ ହଜାର ଟଙ୍କା ମିଳୁଥିଲା । ଘରେ ସେ ଏକ ମାତ୍ର ରୋଜଗାରିଆ ହୋଇଥିବାବେଳେ ନାବାଳକ ଦୁଇ ପୁଅ ଓ ବୃଦ୍ଧ ପିତା ମାତା କିପରି ପରିବାର ପ୍ରତିପୋଷଣ କରିବେ ଏନେଇ ତାଙ୍କ ପତ୍ନୀ ଚିନ୍ତାରେ ରହିଛନ୍ତି । ତାଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ସହଯୋଗ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି ।
Comments are closed, but trackbacks and pingbacks are open.