କୋଭିଡ୍ ସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ସାଂପ୍ରତିକ କୋଭିଡ୍ ସ୍ଥିତିକୁ ଦେଖି ଆଜି ପୁଲିସ ଡିଜି ଅଭୟ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଭିଡିିଓ କନ୍ଫରେନ୍ସିଂ ଜରିଆରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏଥିରେ ସମସ୍ତ ଏସ୍ପି, ରେଞ୍ଜ ଆଇଜି, ରେଞ୍ଜ ଡିଆଇଜି ପ୍ରମୁଖ ସାମିଲ ହୋଇଥିଲେ । ବୈଠକରେ ପ୍ରଥମେ ରାଜ୍ୟର କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା । ସାରା ରାଜ୍ୟରେ କୋଭିଡ୍ ଏନ୍ଫୋର୍ସମେଣ୍ଟ, ଲକ୍ଡାଉନ୍ ଓ ସଟ୍ଡାଉନ୍ ନେଇ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ଏହି କ୍ରମରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି କରି ରହିଥିବା ବର୍ଡର ଚେକ୍ ପୋଷ୍ଟର ସମୀକ୍ଷା କରାଯାଇଛି । ସାରା ରାଜ୍ୟରେ ଏବେ ଟିକାକରଣ ଚାଲିଛି । ସେଠାରେ ଭିଡ଼ କିଭଳି ନିୟନ୍ତ୍ରଣ ହେଉଛି ତାହାର ତଦାରଖ କରିଛନ୍ତିି ଡିଜିପି । କରୋନା ଔଷଧ ଓ ଅrିଜେନ୍ କଳାବଜାରୀ ନେଇ ଅଭିଯୋଗ ହେଉଥିଲା । ତେଣୁ ଏହା ବିରୋଧରେ କଡ଼ା କାର୍ଯ୍ୟାନୁÂାନ ନେବାକୁ କୁହାଯାଇଛି । ସେହିପରି ପୂର୍ବଭଳି ଯେପରି ପୁଲିସ କର୍ମଚାରୀ ପ୍ଲାଜ୍ମା ଦାନ କରୁଥିଲେ ସେଭଳି ପୁନର୍ବାର କରିବାକୁ ନିଷ୍ପତ୍ତି ହୋଇଛି । ସୂଚନାଥାଉକି ଗତ ଏପ୍ରିଲ୍ ୧ ତାରିଖରୁ କରୋନା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ନିଆଯାଉଛି । ଫଳରେ ଏଯାବତ ୨ ଲକ୍ଷ ୫୯ ହଜାର ୨୪୬ ଜଣଙ୍କଠାରୁ ୮ କୋଟି ୭ ଲକ୍ଷ ୭୨ ହଜାର ୬୩୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।
ବୈଠକରେ ଏଡିଜି ମୁଖ୍ୟାଳୟ ଲଳିତ ଦାସ, ଏଡିଜି କ୍ରାଇମ୍ବ୍ରାଂଚ ଯଶୋୱନ୍ତ ଜେଠୱା, ଆଇଜି ପ୍ରୋଭିଜିଂ ଯତିନ୍ଦ୍ର କୋଏଲ, ଆଇଜ୍ ପର୍ସନେଲ୍ ଏସ୍ ପ୍ରବୀଣ କୁମାର, କ୍ରାଇମ୍ରବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି କେନ୍ଦ୍ରାଂଚଳ ଜୟ ନାରାୟଣ ପଙ୍କଜ ଓ ଏଆଇଜି ହେଡ୍କ୍ୱାର୍ଟର୍ସ ପ୍ରତୁ୍ୟଷ ଦିବାକର ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons