ଭଦ୍ରକ : କଟକଣା ମଧ୍ୟରେ କାଳୀପୂଜା ପାଳନ ହେଉଛି । ଭଦ୍ରକ ଜିଲ୍ଲାର ଐତିହାସିକ କାଳୀପୂଜା ମଧ୍ୟ ଏଥର ପ୍ରଭାବିତ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ସହ ଅନ୍ୟାନ୍ୟ ପୀଠରେ କାଳୀପୂଜା ପାଇଁ ସ୍ଵତନ୍ତ୍ର ରୀତିନୀତି ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପ ଗୁଡିକରେ ମାଙ୍କ ଆବାହନ ବିଳମ୍ବିତ ରାତ୍ରିରେ ଆରମ୍ଭ ହେବ।
ଆରମ୍ଭ ହୋଇଛି ମା କାଳୀଙ୍କ ପୂଜା । କିନ୍ତୁ ସବୁଠି ନୈରାଶ୍ୟ । ପୀଠ ଓ ମଣ୍ଡପ ରେ ପୂଜା ସିନା ହେଉଛି କିନ୍ତୁ କରୋନା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ହୋଇ ଠିଆ ହୋଇଛି । ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ସପ୍ତମାତୃକା ବେଶର ପ୍ରଥମ ଦିନରେ ମା ବେଦମାତା ବେଶରେ ସୁସଜ୍ଜିତ ହୋଇଛନ୍ତି। ଏହି ବେଶ ରେ ଦର୍ଶନ କାଲେ ସକଳ ବୁଦ୍ଧି ଓ ସମୃଦ୍ଧି ମିଳିଥାଏ । କରୋନା କଟକଣା ପାଇଁ କଳସ ଶୋଭାଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଛି। ମନ୍ଦିର ପରିସର ଓ ନିକଟବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ସେହିପରି ଦକ୍ଷିଣେଶ୍ଵରର କାଳୀ ଓ ପଥରକାଳୀଙ୍କ ପୀଠ ନିକଟରେ କଟକଣା ଜାରି ଥିବାରୁ ଭକ୍ତ ବାହାରୁ ଦୀପ ଜାଳି ଫେରୁଛନ୍ତି।
ବିଭିନ୍ନ ମଣ୍ଡପରେ ମଧ୍ୟ ସମାନ କଟକଣା ରହିଛି । ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିଛି । ମଣ୍ଡପର ତିନି ପାଖ ଆବଦ୍ଧ ଥିବା ବେଳେ ସମ୍ମୁଖ ଭାଗ କୁ ମଧ୍ୟ ବନ୍ଦ କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ପୁଲିସ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୨ ଟି ସ୍ଥାନରେ ପୁଲିସ ଫୋର୍ସ ମୃତୟନ ହୋଇଛନ୍ତି । ପଥରକାଳି ଅଞ୍ଚଳରେ ରେଳବାଇ ପୁଲିସ ଓ ପୁଲିସ ମିଳିତ ଭାବେ ମୃତୟନ ହୋଇଛନ୍ତି। ୧୨ ପ୍ଲାଟୁନ ପୁଲିସ ଫୋର୍ସ , ୧୫ ଜଣ ଅଫିସର ନିଯୋଜିତ ହୋଇଛନ୍ତି । ବାଣ ଦୋକାନୀ ମାନଙ୍କ ର ଲାଇସେନ୍ସ ସାମୟିକ ଭାବେ ବାତିଲହୋଇଛି । ଜିଲ୍ଲା ପ୍ରଶାସନ ମଧ୍ୟ କାରୋନା କଟକଣା କୁ ଯେମିତି କେହି ନ ଭାଙ୍ଗନ୍ତି ସେଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।
Comments are closed, but trackbacks and pingbacks are open.