କୋରାପୁଟ,(ବି.ବି.ନୁ୍ୟଜ): ଆଳୁ ଚାଷ କରି ଦଶମନ୍ତପୁର ବ୍ଲକର ୮୦ ଜଣ ଆଦିବାସୀ ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି । ସେମାନେ ଉତ୍ପାଦିତ ଆଳୁକୁ ବିହାର ବ୍ୟବସାୟୀଙ୍କୁ ବିକ୍ରି କରି ଭଲ ଦି ପଇସା ରୋଜଗାର କରିଛନ୍ତି । ଆଳୁ ଚାଷରେ ସଫଳତା ପାଇଥିବା ଏହି ମହିଳାମାନେ ଏବେ ଅନ୍ୟମାନଙ୍କ ପାଇଁ ଉଦହରଣ ସାଜିଛନ୍ତି ।
କରୋନା କଟକଣା ଅନେକଙ୍କ ଜୀବନ ଶୈଳୀକୁ ବଦଳାଇ ଦେଇଛି । ହେଲେ ଦଶମନ୍ତପୁର ବ୍ଲକର ଦୁର୍ଗମ ଅଞ୍ଚଳର ଆଦିବାସୀ ମହିଳାମାନେ ଏହି ଚାଷ କରିବା ଲାଗି ମନ ବଳାଇଥିଲେ । ବିଶେଷ କରି ଏ. ମାଲକାନଗିରି ପଞ୍ଚାୟତ ଅନ୍ତର୍ଗତ ଢେପାଗୁଡ଼ାର ମା’ ପାଟଖଣ୍ଡା ଉତ୍ପାଦକ ଗୋÂୀ ଏବଂ ଫୁଲବେଡ଼ା ପଞ୍ଚାୟତ ଆଲାନାଗୁଡ଼ାର ମା’ ଦେବୀ ନିଶାଣିମୁଣ୍ଡା ଉତ୍ପାଦକ ଗୋÂୀର ୮୦ ଜଣ ମହିଳା ଗତ ଖରିଫ ସମୟରେ ଆଳୁ ଚାଷ କରିବାକୁ ଆଗ୍ରହ ଦେଖାଇଥିଲେ । ଜିଲ୍ଲା ଆଇଟିଡିଏ ପକ୍ଷରୁ ସେମାନଙ୍କୁ ବିହନ ପ୍ରଦାନ କ୍ଷେତ୍ରରେ ସହାୟତା ଦିଆଯାଇଥିଲା । ସ୍ୱେଚ୍ଛାସେବୀ ଅନୁÂାନଗୁଡ଼ିକ ପକ୍ଷରୁ ବୈଷୟିକ ସହାୟତା ଦିଆଯାଇଥିଲା । ମା’ ପାଟାଖଣ୍ଡା ଉତ୍ପାଦକ ଗୋÂୀ ୨୦ ଏକର ଏବଂ ନିଶାଣିମୁଣ୍ଡା ଗୋÂୀ ୩୦ ଏକର ଜମିରେ ଆଳୁ ଚାଷ କରିଥିଲେ । ଏକର ପିଛା ୬ କୁଇଣ୍ଟାଲ ଲେଖାଏଁ ଆଳୁ ବିହନ ଲଗାଇଥିଲେ । ଉପôାଦନ ଭଲ ହୋଇଥିଲା । ସେମାନଙ୍କ ଦ୍ୱାରା ଉପôାଦିତ ଆଳୁରୁ ୩୪ ଟନ୍ ଯାଇଛି ବିହାର । ସେଠାକାର ବ୍ୟବସାୟୀମାନେ କେଜି ପିଛା ୨୯ ଟଙ୍କାରେ କିଣି ନେଇଛନ୍ତି । ଖରିଫ୍ରେ ସଫଳ ହେବା ପରେ ଏବେ ରବିରେ ବି ଆଳୁ ଚାଷ ଲାଗି ସେମାନେ ଆଗେଇ ଆସିଛନ୍ତି । ଆଳୁ ଚାଷ ସେମାନଙ୍କୁ ସ୍ୱାବଲମ୍ବୀ କରିଥିବା ଦେଖି ଅନ୍ୟ ଆାଦିବାସୀ ମହିଳାମାନେ ବି ଏହି ଚାଷ ଲାଗି ଏବେ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି ।
Comments are closed, but trackbacks and pingbacks are open.