କୋରାପୁଟ,(ବି.ବି.ବୁ୍ୟଜ୍): ପୁଲିସ ମହାନିଦେ୍ର୍ଧଶକ(ଡିଜି) ଡ. ବି.କେ.ଶର୍ମା ଆଜି କୋରାପୁଟ ଓ ମାଲାକାନଗିରି ଜିଲ୍ଲା ଗସ୍ତରେ ଆସି ଆଇନଶୃଙ୍ଖଳା ଓ ମାଓବାଦୀ ଦମନନେଇ ସମୀକ୍ଷା କରିଛନ୍ତି । ମାଲକାନଗିରି ଜିଲ୍ଲା ଗସ୍ତ ସାର ପୁଲିସ ମହାନିଦେ୍ର୍ଧଶକ ଶ୍ରୀ ଶର୍ମା କୋରାପୁଟର ସ୍ଥାନୀୟ ଡିଆଇଜି ରେଞ୍ଜ କାର୍ଯ୍ୟାଳୟରେ ୫ଟି ଜିଲ୍ଲାର ଏସ୍ପିଙ୍କୁ ନେଇ ସମୀକ୍ଷା କରିଥିଲେ । ବିଏସଏଫ, ସିଆରପିଏଫ ଅଧିକାରୀଙ୍କ ଉପସ୍ଥିତରେ ଆଇନ୍ଶୃଙ୍ଖଳା ସ୍ଥିତି ଉପରେ ଆଲୋଚନା କରାଯାଇଥିଲା । ମାଓବାଦୀ ଦମନ ପାଇଁ ପୁଲିସ ଓ ଯବାନଙ୍କ ମଧ୍ୟରେ ସମନ୍ୱୟ, ବିଚ୍ଛିନ୍ନାଞ୍ଚଳରେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରାଯିବା ଓ ଜୟପୁରରେ ଏକ ସାଇବର ଥାନା ପ୍ରତିÂା ନେଇ ବୈଠକରେ ଆଲୋଚନା ହୋଇଥିଲା ।
ଡିଜି ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୁଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଯୋଗୁ ମାଓ କାର୍ଯ୍ୟକଳାପ କମିଥିବା ସେ କହିଥିଲେ । ମାଲକାନାଗିରି କୋରାପୁଟ ଭଳି କେତେକ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ଏବେବି ରହିଛି । ଏସବୁ ଜିଲ୍ଲାଗୁଡ଼ିକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଫୋର୍ସ ଓ ପୁଲିସ ମଧ୍ୟରେ ସମନ୍ୱୟ, ମାଓବାଦୀ ଗତିବିଧି ଉପରେ କଡ଼ା ନଜର, ମାଓଦମନ ଅପରେଶନକୁ ତୀବ୍ର କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ସେହିପରି ବିଚ୍ଛିନ୍ନାଞ୍ଚଳରେ ହେଉଥିବା ଗଞ୍ଜେଇଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରାଯିବାକୁ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପୁଲିସ ବିଏସଏଫ ଓ ସିଆରେପିଏଫ କିଭଳି ମିଳିତ ଅପରେଶନ କରିବ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଶ୍ରୀ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ମାଓଦମନରେ ମୁତୟନ ବିଏସଏଫ ଓ ସିଆରପିଏଫ ଏବଂ ରାଜ୍ୟ ପୁଲିସ ମଧ୍ୟରେ ସମନ୍ୱୟ, ପୁଲିସର ଭିତ୍ତିଭୂମି, କର୍ମଚାରୀ ଅଭାବକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ପୁଲିସ କାମ କରିବ ବୋଲି ସେ କହିଛନ୍ତି । ଅଞ୍ଚଳର ବିକାଶ କାମକୁ ସୁରକ୍ଷିତ ରଖାଯିବ । ମାଓବାଦୀ ଅଞ୍ଚଳରେ ପୁଲିସଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ କର୍ମଚାରୀ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । କର୍ମଚାରୀଙ୍କ ମନୋବଳ ବୃଦ୍ଧି ପାଇଁ ସରକାର ବିଭିନ୍ନ ପ୍ରୋତ୍ସାହନ ଦେଉଛନ୍ତି । ପୁଲିସ ଓ ଫୋର୍ସ ଅପରେଶନ ଜାରି ରହିବାରୁ ମାଓବାଦୀଙ୍କ କାର୍ଯ୍ୟକଳାପ ସଂକୁଚିତ ହୋଇଛି । ପୁଳିସ ନିଜସ୍ୱ ଗୁଇନ୍ଦା ବ୍ୟବସ୍ଥାକୁ ବୃଦ୍ଧି କରିଛି । ନୂତନ ଜ୍ଞାନକୌଶଳକୁ ଆପାଣାଇ ମାଓ ଦମନରେ ସଫଳତା ପାଇବା ପାଇଁ ପ୍ରଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ନିକଟରେ ରାଜ୍ୟସରକାରଙ୍କ ଦ୍ୱାରା କରାଯାଇଥିବା ମୋ ସରକାର ଯୋଜନାରେ ଜନସାଧାରଣଙ୍କୁ ସମସ୍ତ ପ୍ରକାର ସହାୟତା କରାଯିବ । ଥାନାକୁ କେହି ଆସିଲେ କି ପ୍ରକାର ଅନୁଭୂତି ହେଉଛି, ତାଙ୍କ କଥା ଶୁଣାଗଲା ନା ନାହିଁ, ଅତିଶୀଘ୍ର କାମ କରାଗଲା ନା ନାହିଁ, ପୁଲିସର ବ୍ୟବହାର କିପରି ରହିଥିଲା ଲୋକଙ୍କ ପାଖରୁ ତଥ୍ୟ ସଂଗ୍ରହ କରାଯିବ । ଗତ ୨ମାସରେ ପୁଲିସ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି । ସେହିପରି ସାଇବର କ୍ରାଇମ୍ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର କ୍ରାଇମ୍ ଥାନା ପ୍ରତିÂା କରାଯିବ । ବର୍ତ୍ତମାନ ରାଜ୍ୟର ୪ଟି ସ୍ଥାନରେ ସାଇବର କ୍ରାଇମ୍ ଥାନା କାର୍ଯ୍ୟକ୍ଷମ କରୁଛି । ଡିିସେମ୍ବରରେ ଭୁବନେଶ୍ୱରେ ଏକ ସାଇବର କ୍ରାଇମ ଥାନା ଉଦ୍ଘାଟନ କରାଯିବ । ଜୟପୁରରେ ଏକ ସାଇବର କ୍ରାଇମ ଥାନା ସ୍ଥପନ ପାଇଁ ସରକାରଙ୍କ ସ୍ୱୀକୃତି ମିଳିଥିବା ଶ୍ରୀ ଶର୍ମା କହିଛନ୍ତି । ଗଞ୍ଜେଇ ଚାଷ ଉପରେ ଆଜି ଏରିଏଲ ସର୍ଭେ କରାଯାଇଛି । ଅଞ୍ଚଳରେ ଭିତ୍ତିଭୂମି ବିକାଶ ନହଲେ ଅପରେଶନ ସମ୍ଭବ ହେବ ନାହିଁ । ସେଥିପାଇଁ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନଞ୍ଚଳରେ ବିକାଶ ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇଛି । ବିଛିନ୍ନଞ୍ଚଳରେ ଗଞ୍ଜେଇ ଚାଷକୁ ନଷ୍ଟ କରାଯିବ । ଏନେଇ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରାଯାଇଥିବା ଡିଜିପି ଶ୍ରୀ ଶର୍ମା ଗଣମାଧ୍ୟକୁ ସୂଚନା ଦେଇଛନ୍ତି । ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ମହମ୍ମଦ କେ, କୋରାପୁଟ ଏସପି ମୁକେଶ କୁମାର ଭାମୁ, ରାୟଗଡ଼ା ଏସପି ଡ.ଶ୍ରର୍ବଣା ବିବେକ, ନବରଙ୍ଗପୁର ଏସପି ଏସ.କେ. ନୀତିନ, ମାଲକାନଗିରି ଏସପି ଆର.ଡ଼ି.ଖିଲାରୀ, ନୂଆପଡ଼ା ଏସପି ଭିନୀତ ଅଗ୍ରୱାଲଙ୍କ ସହିତ ବିଏସଏଫ ଓ ସିଆରପିଏଫ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିଦେ୍ର୍ଧଶକ ଡ. ବି.କେ.ଶର୍ମା ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ । ରାଜ୍ୟ ସରକାରଙ୍କ ୫-ଟି,ମୋ ସରକାର ଯୋଜନା ଏବଂ ମାଓ ସମସ୍ୟା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଆଜି ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ସଭାଗୃହ ଠାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଡିଜିପି ଶ୍ରୀ ଶର୍ମା ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ରେ ରାଜ୍ୟ ସରକାରଙ୍କ ୫-ଟି,ମୋ ସରକାର ଯୋଜାନା କୁ କାର୍ଯ୍ୟକାରି କରିବାସହିତ ସରକାରି ଯୋଜନା ଗୁଡିକର ସୁଫଳ କିପରି ଲୋକମାନଙ୍କ ନିକଟରେ ପହଁଚିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ,ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା,ଜିଲ୍ଲାରେ ଥିବା ସମସ୍ତ ଥାନା, ପୁଲିସ ଫାଣ୍ଡିଗୁଡିକ ଲୋକଙ୍କ ସେବାପାଇଁ ଅଛି, ବିଭିନ୍ନ କାମରେ ଆସୁଥିବା ସାଧରଣ ଲୋକଙ୍କୁ ପୁଲିସ ଉତମ ବ୍ୟବହାର ପ୍ରଦର୍ଶନ କରିବାସହ ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ, କେହି ବି ଜଣେ ଯେପରି ଥାନାରୁ ନ୍ୟାୟ ନପାଇ ନ ଫେରନ୍ତି ସେଥିପ୍ରତି ଅଧିକାରୀ ମାନେ ଯନôବାନ ହେବେ ବୋଲି ଡିଜିପି ଶ୍ରୀ ଶର୍ମା କହିଛନ୍ତି , ସ୍ୱତନ୍ତ୍ର ଭାବେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ କୁ ଗୁରୁତ୍ୱ ଦିଆଯାଇ ସେଠାରେ ମୋ ସରକାର ଓ ୫-ଟି ଯୋଜାନା କାର୍ଯ୍ୟକାରି କରିବା ସହିତ ମାଓମୁକ୍ତ ଅଚଂଳ କରାଯିବ, ମାଓବାଦୀ ମାନେ ହିଂସାଛାଡି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ, ନଚେତ ମାଓବାଦୀ ମାନଙ୍କୁ ଦୃଢହସ୍ତରେ ଦମନକରାଯିବା ସହିତ ଆନ୍ଦ୍ର ଓଡିଶା ଛତିଶଗ ତିନୋଟି ରାଜ୍ୟର ମିଳିତ ଅପରେସନକୁ ଯୋରଦାର କରାଯିବ,ଆବଶ୍ୟକ ପଡିଲେ ମାଓପ୍ରବଣ ଅଚଂଳରେ ଅଧିକ ବିଏସଏଫ ଓ ପୁଲିସ କ୍ୟାମ୍ପ ପ୍ରତିଷ୍ଟା କରାଯିବ,ସ୍ୱାଭିମାନ ଅଚଂଳରେ ସ୍ୱତନ୍ତ୍ର ଭାବେ ଉନ୍ନୟନମୁଳକ କାର୍ଯ୍ୟର ଯୋଜନା କରାଯାଉଛି ବୋଲି ଡିଜିପି ଶ୍ରୀ ଶର୍ମା ମାଲକାନଗିରି ଗସ୍ତ ସମୟରେ କହିଛନ୍ତି । ଆଜି ମଧ୍ୟାହ୍ନରେ ମାଲକାନଗିରି ଜିଲ୍ଲାପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ମାଓଦମନ ନିତି ସଂପର୍କରେ ଡିଜିପି ଶ୍ରୀ ଶର୍ମାଙ୍କ ସହ ଏଡିଜେ ଶ୍ରୀ ଆର.ପି କୋଚେ,ଆଇଜି ଅପରେସନ ଶ୍ରୀ ଆର.କେ.ଶର୍ମା,ବିଏସଏଫ ଡିଆଇଜି ଏସ.ପି.ଏସ.ସାନ୍ଧୁ,କୋରାପୁଟ ଡିଆଇଜି ସଫିନ ଅହମଦ, ମାଲକାନଗିରି ଏସପି ରିଶିକେଶ ଖିଲାରୀ ଡି,ବିଏସଏଫ କମାଣ୍ଡେଣ୍ଟ ତ୍ରିନାଥ ଆଚାର୍ଯ୍ୟ ,କମାଣ୍ଡେଣ୍ଟ ନରେନ୍ଦ୍ର ସିଂ,କମାଣ୍ଡେଣ୍ଟ ରାଜିବ ସୁନିଲ ମିଜଂ,ସହକାରୀ ଏସ୍ପି ଉଦ୍ଧବ ଚରଣ ନାୟକ,ଏସ୍ଡିପିଓ ପି.ଏସ ମୀନା,ଏସଡିପିଓ ମାନସ ରଜଂନ ବାରିକଙ୍କ ସହିତ ଅନ୍ୟାନ ଉଚ୍ଚପୁଲିସ ଅଧିକାରୀ ମାନେ ଏହି ବୈଠକରେ ଯୋଗଦେଇଥିଲେ । ସମୀକ୍ଷା ବୈଠକ ପରେ ମୋ ସରକାର ଯୋଜନା ସଂପର୍କରେ ମାଲକାନଗିରି ଜିଲ୍ଲାର ସମସ୍ତ ଥାନା ଅଧିକାରୀ,ପୁଲିସ ଫାଣ୍ଡିଅଧିକାରୀ, ପୁଲିସକର୍ମଚାରୀ ମାନଙ୍କୁ ନେଇ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ସେହି କର୍ମଶାଳାରେ ଡିଜିପି ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ୫-ଟି ଓ ମୋ ସରକାର ଯୋଜନା ସଂପର୍କରେ ପାଠପଢାଇ ଥିଲେ । ଶେଷରେ ମାଲକାନଗିରି ଜିଲ୍ଲାପାଳ ମୀନଷ ଅଗ୍ରଓୟାଲ ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ୫-ଟି, ମୋ ସରକାର ଯୋଜନା ସହ ଅନ୍ୟାନ ଉନ୍ନୟନମୁଳକ କାର୍ଯ୍ୟ ସଂପର୍କରେ ଡିଜିପି ଶ୍ରୀ ଶର୍ମା ଆଲୋଚନା କରିଥିଲେ ।
Comments are closed, but trackbacks and pingbacks are open.