କୋରାପୁଟ,(ବି.ବି.ନୁୃୃୃ୍ୟଜ୍):କୋରାପୁଟ ଟାଉନ ଥାନାରେ ପଡ଼ିଲା ତାଲା । କୋରାପୁଟ ଟାଉନ ଥାନାରେ ୬ଜଣ ପୁଲିସ କର୍ମଚାରୀ କରୋନା ପଜିଟିଭ ଜଣାପଡ଼ିବା ପରେ ଟାଉନ ଥାନାକୁ ଶୁକ୍ରବାର ରାତ୍ରୀରୁ ସିଲ୍ କରାଯାଇଛି । ଟାଉନ ଥାନା କାର୍ଯ୍ୟ କୋରାପୁଟ ସଦର ଥାନାରେ ଚାଲିବ ବୋଲି ଏସପି ସୂଚନା ଦେଇଛନ୍ତି । ଜିଲ୍ଲାରେ ଶୁକ୍ରବାର ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ କୋରାପୁଟ ଟାଉନ ଥାନାର ୬ଜଣ ପୁଳିସ କର୍ମଚାରୀ ରହିଥିଲେ । ଟାଉନ ଥାନାର ୪ଜଣ ଓ ଟାଉନ ଥାନା ପରିସରରେଥିବାଣ୍ଟଟ୍ରାଫିକ୍ ଫାଣ୍ଡିର ୨ଜଣ କର୍ମଚାରୀ ଆକ୍ରାନ୍ତ ହୋଇଥିଲେ । ତେଣୁ ଆଜି ପୁଲିସ ପକ୍ଷରୁ ଟାଉନ ଥାନା ସିଲ କରାଯାଇଛି । ଟାଉନ ଥନା କାର୍ଯ୍ୟ ସଦର ଥନାରେ ଚାଲିବ ବୋଲି କୋରାପୁଟ ଏସପି ମୁକେଶ କୁମାର ଭାମୁ ଟୁ୍ୟଇଟ୍ କରି ଜଣାଇଛନ୍ତି । ସୂଚନା ଥାଉକି ଶୁକ୍ରବାର ସଂକ୍ରମିତ କରୋନା ଯୋଦ୍ଧାଙ୍କ ମଧ୍ୟରେ କୋରାପୁଟ ସହରର ୮ଜଣ ପୁଲିସ କର୍ମଚାରୀ ରହିଥିଲେ । ୮ଜଣଙ୍କ ମଧ୍ୟରେ କେବଳ କୋରାପୁଟ ଟାଉନ ଥାନା ଅଞ୍ଚଳରେ ୬ଜଣ କର୍ମଚାରୀ ଚିହ୍ନଟ ହୋଇଥିଲେ । ସେମାନଙ୍କ ଆତଜାତ ଟାଉନ ଥାନା ସହିତ ରହିଥିଲା । ତେଣୁ ଆଜି ଟାଉନ ଥାନାକୁ ସିଲ କରାଯାଇଛି । ଏତବ ସହିତ ଟାଉନ ଥନାର ସମସ୍ତ କର୍ମଚାରୀ ମାନଙ୍କ ସ୍ୱବ ସଂଗ୍ରହ କରାଯାଇ ଟାଉନ ଥାନାକୁ ଅଗ୍ନୀଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି
Comments are closed, but trackbacks and pingbacks are open.