କୋର୍ଟରେ ଚୌକିରେ ବସିବାକୁ କୁହାଗଲା ବେଳେ ପି. ଚିଦାମ୍ବରମ୍ କହିଲେ ‘ନାଟ୍ଟ ନାଟ୍ଟ ଠିକ୍ ଅଛିଟ୍ଟ ମୁଁ ଠିଆହୋଇ ରହିବିଟ୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ୫ ଦିନିଆ ସିବିଆଇ ରିମାଣ୍ଡରେ ଅଛନ୍ତି ପୂର୍ବତନ ଅର୍ଥ ତଥା ଗୃହମନ୍ତ୍ରୀ ପି. ଚିଦାମ୍ବରମ୍ । ଗୁରୁବାର ଦିନ ସିବିଆଇ ଚିଦାମ୍ବରମ୍ଙ୍କୁ ସିବିଆଇ କୋର୍ଟରେ ହାଜର କରିଥିଲା । କୋର୍ଟରେ ପ୍ରାୟ ଦେଢ ଘଣ୍ଟା ପର‌୍ୟନ୍ତ ତର୍କ ବିତର୍କ ଚାଲିଥିଲା । ଉଭୟ ପକ୍ଷ ନିଜ ନିଜର ପକ୍ଷ ରଖିଥିଲେ । କୋର୍ଟରେ ତର୍କ ଚାଲିଥିବାବେଳେ ଚିଦାମ୍ବରମ୍ କୋର୍ଟରେ ଛିଡାହୋଇ ରହିଥିଲେ । ଚିଦାମ୍ବରମ୍ଙ୍କୁ ସିବିଆଇ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା । ସିବିଆଇ ଆବେଦନ ଉପରେ ତର୍କ ଚାଲିଥିବା ବେଳେ ବିଚାରପତି, ସଲିସିଟର ଜେନେରାଲ ତୁଷାର ମେହତା ଏବଂ ସିବିଆଇ ପକ୍ଷରୁ ବସିବାକୁ ଚିଦାମ୍ବରମ୍ ଙ୍କୁ ଅନୁରୋଧ କରାଯାଇଥିଲା । ମାତ୍ର ଚିଦାମ୍ବରମ୍ ଠିଆହୋଇ ରହିଥିଲେ । ବାରମ୍ବାର ବସିବାକୁ କୁହାଯିବା ପରେ ସେ କହିଥିଲେ ଯେ, ‘ନାଟ୍ଟ ନାଟ୍ଟ ଠିକ୍ ଅଛିଟ୍ଟ ମୁଁ ଠିଆହୋଇ ରହିବିଟ୍ଟ ।’ କେବଳ ଏତିକି ନୁହେଁ ମଝିରେ ମଝିରେ ସେ ହସୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । କୋର୍ଟରେ କାଠଗଡା ନିକଟକୁ ଏକ ଚୌକି ମଧ୍ୟ ଅଣାଯାଇଥିଲା । ମାତ୍ର ଚିଦାମ୍ବରମ୍ ବସିବାକୁ ମନାକରିଦେଇଥିଲେ । କୋର୍ଟର ଶୁଣାଣି ଶେଷ ପର‌୍ୟନ୍ତ ସେ କାଠଗଡାରେ ଠିଆହୋଇ ରହିଥିଲେ । ଯେତେବେଳେ ଚିଦାମ୍ବରମ୍ଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟକୁ ଅଣାଯାଇଥିଲା ସେତେବେଳେ ସେଠାରେ ଥିବା ଓକିଲଙ୍କୁ ସେ ହାତ ଯୋଡି ନମସ୍କାର କରିଥିଲେ । ସେତେବେଳେ ବି ତାଙ୍କ ମୁହଁରେ ହସ ଥିଲା । କୋର୍ଟରେ ପ୍ରବେଶ କରିବା ସମୟରେ ସେ ତାଙ୍କ ଓକିଲ କପିଲ ସିବଲ, ଅଭିଷେକ ମନୁ ସିଂଘଭୀଙ୍କ ସହ ଗମ୍ଭୀର ଚର୍ଚ୍ଚା କରୁଥିବାର ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ, ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ପୂର୍ବତନ ଅର୍ଥ ତଥା ଗୃହମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କୁ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା ସିବିଆଇ । ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ସିବିଆଇକୁ ଅନୁମତି ଦେଇଛନ୍ତି । ଗତକାଲିଠାରୁ ସିବିଆଇ ରିମାଣ୍ଡରେ ଅଛନ୍ତି ଚିଦାମ୍ବରମ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons