କୋର୍ଟ ପରିସରରେ ବାର୍ କାଉନସିଲ ଅଧ୍ୟକ୍ଷାଙ୍କୁ ହତ୍ୟା

Get real time updates directly on you device, subscribe now.

ଆଗ୍ରା: ୟୁପିର ଆଗ୍ରା ସ୍ଥିତ ଜିଲା କୋର୍ଟ ପରିସରରେ ବୁଧବାର ଏକ ଅଭାବନୀୟ କାଣ୍ଡ ଘଟିଛି । ସେଠାରେ ଜଣେ ଓକିଲ ରାଜ୍ୟ ବାର୍ କାଉନସିଲର ନବ ନିର୍ବାଚିତ ଅଧ୍ୟକ୍ଷା ଦରବେଶ ଯାଦବ(୩୮ ବର୍ଷ)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଦରବେଶ ୟୁପି ବାର କାଉନସିଲର ପ୍ରଥମ ମହିଳା ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଥିଲେ ଏବଂ ସେ ମାତ୍ର ଦୁଇ ଦିନ ତଳେ ଏହି ପଦବି ପାଇଁ ନିର୍ବାଚିତ ହୋଇଥିଲେ । ଆଜି ଆଗ୍ରା ଜିଲା କୋର୍ଟରେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସକାଶେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ପରେ ସେଠାରେ ବସିଥିବା ମନୀଷ ଶର୍ମା ନାମକ ଜଣେ ଓକିଲ ଠିଆ ହୋଇପଡିଥିଲେ ଏବଂ ଆକସ୍ମିକ ଭାବେ ଦରବେଶଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଦରବେଶଙ୍କ ଦେହରେ ତିନୋଟି ଗୁଳି ବାଜିଥିଲା ଏବଂ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏହାପରେ ଅଭିଯୁକ୍ତ ଓକିଲ ଜଣକ ନିଜକୁ ଗୁଳି କରିଥିଲେ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି, ଦରବେଶ ୨୦୦୪ ମସିହାରେ ଓକିଲାତି ଆରମ୍ଭ କରିଥିଲାବେଳେ ସେ ଆଗ୍ରା କୋର୍ଟ ପରିସରରେ ଥିବା ତାଙ୍କ ଚାମ୍ବରକୁ ଅଭିଯୁକ୍ତ ଓକିଲ ମନୀଷଙ୍କ ସହିତ ସେୟାର କରୁଥିଲେ । କିନ୍ତୁ ଆଜି ଘଟିଥିବା ହତ୍ୟାକାଣ୍ଡର ପ୍ରକୃତ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons