କୋହଲିଙ୍କୁ ପୁନଃଅଧିନାୟକ ନିଯୁକ୍ତ କରାଯିବାକୁ ନେଇ ଗାଭାସ୍କର ଅସନ୍ତୁଷ୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଭାରତୀୟ ଦଳ ମନୋନୟନ କମିଟି ଉପରେ ବର୍ଷିଛନ୍ତି । ବିରାଟ କୋହଲି ନେତୃତ୍ୱ ପଦ ବଜାୟ ରଖିବା ପ୍ରସଙ୍ଗକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରିକି ମନୋନୟନ କମିଟିକୁ ସେ ଖେଳନା ସହ ତୁଳନା କରିବାକୁ ବି ପଛାଇ ନାହାନ୍ତି । ସଦ୍ୟ ସମାପ୍ତ ବିଶ୍ୱକପ୍ରେ ଭାରତ ସେମିରେ ନ୍ୟୁଜିଲାଣ୍ଡଠୁ ହାରି ବିଦାୟ ନେବା ପରେ ଅନେକ କ୍ରିକେଟ୍ ପଣ୍ଡିତ ଓ ପୂର୍ବତନ ଖେଳାଳି ନେତୃତ୍ୱ ପରିବର୍ତ୍ତନ କରିବାକୁ ଦାବି କରିଥିଲେ ।
ଗାଭାସ୍କର କହିଛନ୍ତି, ମୋ ଜାଣିବା ଅନୁଯାୟୀ କୋହଲିଙ୍କୁ ବିଶ୍ୱକପ୍ ପର୍ଯ୍ୟନ୍ତ ଅଧିନାୟକ ପଦରେ ନିଯୁକ୍ତ କରାଯାଇଥିଲା । ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ମନୋନୟନ କମିଟି ପ୍ରଥମେ ନେତୃତ୍ୱ ପ୍ରସଙ୍ଗରେ ଆଲୋଚନା କରିବା ଉଚିତ୍ ଥିଲା । କିନ୍ତୁ ଏଭଳି ହୋଇନଥିଲା । କୋହଲିଙ୍କୁ ନିଜ ମନ ମୁତାବକ ଦଳ ଚୟନ କରିବାକୁ ସୁଯୋଗ ଦିଆଯାଉଛି । ମନୋନୟନ କମିଟିରେ ଥିବା ସଦସ୍ୟମାନେ ଖେଳନା ସଦୃଶ । ତାଙ୍କୁ ପୁନଃନିଯୁକ୍ତି କରାଯିବା ସହ ଦଳ ଚୟନ ବୈଠକ ପାଇଁ ଡାକରା ଦିଆଯାଇଥିଲା । କୋହଲିଙ୍କ ନିଷ୍ପତ୍ତି କ୍ରମେ ଇଣ୍ଡିଜ୍ ଗସ୍ତରୁ କେଦାର ଯାଦବ ଓ ଦିନେଶ କାର୍ତ୍ତିକଙ୍କୁ ବାଦ୍ ଦିଆଗଲା । ଏହି ଦୁଇ ଖେଳାଳିଙ୍କ ଉପରେ ସେ ବିଶ୍ୱକପ୍ ବେଳେ ଭରସା ଦେଖାଇଥିଲେ । ଯେଉଁ କାରଣ ପାଇଁ ଭାରତ ଫାଇନାଲ୍ରେ ପହଞ୍ôଚ ପାରି ନଥିଲା ।’
ବିଶ୍ୱକପ୍ ପରେ ନେତୃତ୍ୱ ପରିବର୍ତ୍ତନ କରାଯିବାକୁ ଦାବି ଉଠିଥିଲେ ହେଁ ଏମ୍ଏସ୍କେ ପ୍ରସାଦଙ୍କ ମନୋନୟନ କମିଟି କୋହଲିଙ୍କୁ ୩ଟି ଫର୍ମାଟରେ ଅଧିନାୟକ ଭାବେ ନିଯୁକ୍ତ କରିଥିଲା । ଅନ୍ୟପକ୍ଷରେ ପ୍ରଶାସକ କମିଟି (ସିଓଏ) ମଧ୍ୟ ଭାରତର ବିଶ୍ୱକପ୍ ପ୍ରଦର୍ଶନକୁ ନେଇ ସମୀକ୍ଷା ହେବନି ବୋଲି ସ୍ପଷ୍ଟ କରିଥିଲା । କେବଳ ଟିମ୍ ମ୍ୟାନେଜରଙ୍କ ସହ ଭାରତର ପ୍ରଦର୍ଶନକୁ ନେଇ ଆଲୋଚନା କରାଯିବ ବୋଲି ସିଓଏ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons