ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ନାମରେ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡ୍ର ଏକ ଗ୍ୟାଲେରୀ ନାମକରଣ କରିବାକୁ ଦିଲ୍ଲୀ କ୍ରିକେଟ୍ ଆସୋସିଏସନ୍(ଡିଡିସିଏ) ନିଷ୍ପତ୍ତି ନେଇଛି । ଡିଡିସିଏ ସଭାପତି ରଜତ ଶର୍ମା କହିଛନ୍ତି ଯେ, ଅବିଶ୍ୱସନୀୟ ବ୍ୟାଟିଂ ଦକ୍ଷତା ଓ ଅନେକ ରେକର୍ଡର ଅଧିକାରୀ ବିରାଟ କୋହଲି ଦିଲ୍ଲୀ କ୍ରିକେଟ୍ର ଗୌରବ ବୃଦ୍ଧି କରିଛନ୍ତି । ତେଣୁ ତାଙ୍କ ସମ୍ମାନରେ ଆମେ କୋଟଲା ଗ୍ରାଉଣ୍ଡ୍ର ଏକ ଗ୍ୟାଲେରୀକୁ ନାମକରଣ କରିବାକୁ ନିଷ୍ପତ୍ତି ନେଇଛୁ । ‘ବିରାଟ କୋହଲି ଷ୍ଟାଣ୍ଡ’ ଯୁବ ପିଢୀଙ୍କ ପାଇଁ ପ୍ରେରଣା ସାଜିବ । ଦିଲ୍ଲୀର ଯୁବ କ୍ରିକେଟ୍ ଖେଳାଳିମାନେ ବିରାଟଙ୍କ ଭଳି ସଫଳ କ୍ରିକେଟ୍ ଖେଳାଳି ହେବାକୁ ପ୍ରୟାସ କରିବେ । ଆସନ୍ତା ମାସ ୧୨ ତାରିଖରେ ଡିଡିସିଏ ଭାରତୀୟ କ୍ରିକେଟ୍ ଦଳର ସଦସ୍ୟଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, କୋଟଲା ଗ୍ରାଉଣ୍ଡ୍ରେ ପୂର୍ବରୁ ବିଶେନ ସିଂହ ବେଦୀ ଓ ମହିନ୍ଦର ଅମରନାଥଙ୍କ ନାମରେ ୨ଟି ଷ୍ଟାଣ୍ଡ ରହିଛି । ସେହିପରି ବୀରେନ୍ଦ୍ର ସେହୱାଗ ଓ ଅଞ୍ଜୁମ ଚୋପ୍ରାଙ୍କ ନାମରେ ଦୁଇଟି ଗେଟ୍ର ନାମ କରଣ କରାଯାଇଛି ।
Comments are closed, but trackbacks and pingbacks are open.