କ୍ବାରେଣ୍ଟାଇନ୍‌ ସେଣ୍ଟରରେ ସାପ କାମୁଡାରେ ଜଣେ ଆହତ

Get real time updates directly on you device, subscribe now.

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ତେଲିପାଳ ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଅଘଟଣ ଘଟିଛି। ଏହି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଗୋଟେ ବିଷାକ୍ତ ସାପ କାମୁଡି ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଏହି ସେଣ୍ଟରରେ ବାହାର ରାଜ୍ୟରୁ ଆସି ୭୬ ଶ୍ରମିକ ରହୁଥିଲେ।
ସୋମବାର ସନ୍ଧ୍ୟାରେ ଗୋହିରା ଅଞ୍ଚଳର କୃଷ୍ଣା ରାଉତ ନାମକ ଏହି ବ୍ୟକ୍ତି ଘରେ ବସିଥିବା ବେଳେ ଏକ ଚିତି ସାପ ଗୋଡ଼ରେ ଗୋଡ଼ାଇ ଯାଇଥିଲା। ତାଙ୍କୁ ବରମପୁର ଡାକ୍ତରଖାନାରେ ଭର୍ତ୍ତି ପରେ ନୀଳଗିରି ଉପଖଣ୍ଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସବୁଠାରୁ ଆଶ୍ଚର୍ୟ୍ୟର କଥା ଆଶ୍ରମର ନୋଡାଲ ଅଫିସର ଆଦିକନ୍ଦ ସ୍ୱାଇଁ ରୋଗୀ ଜଣଙ୍କୁ ନୀଳଗିରି ପରେ ବାଲେଶ୍ଵର ପଠାଇବା ବ୍ୟବସ୍ଥା କରିଥିଲେ ମଧ୍ୟ ସ୍ଥାନୀୟ ବିଡ଼ିଓଙ୍କ ଦେଖା ଦର୍ଶନ ନ ଥିଲା କି ସ୍ଥାନୀୟ ସରପଞ୍ଚଙ୍କ ଦେଖା ନଥିଲା। ଏମିତି କରୋନା ଭଳି ମହାମାରୀରେ ସରକାର ବିଭିନ୍ନ ବ୍ୟବସ୍ଥା କରିଥିଲେ ମଧ୍ୟ ଅଧିକାରୀଙ୍କ ଅସହଯୋଗ ନେଇ ନୀଳଗିରିରେ ଅସନ୍ତୋଷ ପ୍ରକାଶ ପାଇଛି।
ଦୀର୍ଘ ଅଧଘଣ୍ଟା କାଳ ଯୁବକ ଜଣକ ଟେମ୍ପୋରେ ବସିଥିଲେ। ଏ ନେଇ ନୀଳଗିରି ବିଡ଼ିଓ ଅନିତା ନାୟକଙ୍କ ମତାମତ ନେବା ପାଇଁ ଫୋନ କରାଯାଇଥିଲେ ମଧ୍ୟ ଫୋନ ଉଠାଇ ନଥିଲେ। ଉପ ଜିଲ୍ଲାପାଳ ହରିଶଚନ୍ଦ୍ର ଜେନାଙ୍କୁ ପଚାରିବାରୁ ସେ ହସ୍ପିଟାଲ ତରଫରୁ ରୋଗୀ ଜଣଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ପଠାଯାଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons