କ୍ରସର୍ ୟୁନିଟ୍କୁ ଗ୍ରାମବାସୀଙ୍କ ବିରୋଧ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ସୁରୁମି ଗାଁରେ କ୍ରସର ୟୁନିଟ୍ ସ୍ଥାପନକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଗାଁର କମୁଳୁ ଶିଶା, କାମଦେବ ଖାଡ଼ାଙ୍ଗା ପ୍ରମୁଖଙ୍କ ସହ ଗ୍ରାମାବସୀ ଅଭିଯୋଗ କରିଛନ୍ତି ଯେ, ଗାଁଠାରୁ ଅଧା କିମି ଦୂରରେ ଏକ କ୍ରସର୍ ୟୁନିଟ୍ ସ୍ଥାପନ କରାଯାଉଛି । କ୍ରସର ବସିଲେ ଗାଁର ଚାଷ ଜମି ନଷ୍ଟ ହେବ । ଫସଲ ଉତ୍ପାଦନ ପ୍ରଭାବିତ ହେବ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ତେଣୁ କ୍ରସର ନବସାଇବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ଯଦି କ୍ରସର ବସିବ ତେବେ ଏହାର ପ୍ରତିକାର ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବସୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons