ଦିଗପହଣ୍ଡି,(ବି.ବି.ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଦିଗହପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମ ନିକଟ କ୍ରସର ୟୁନିଟ୍ ଉପରେ ଗତକାଲି ଚଢ଼ଉ ହୋଇ ଦିଗପହଣ୍ଡି ପୁଲିସ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରଥିଲା । ଏହି ଘଟଣାରେ ଦିଗପହଣ୍ଡି ପୁଲିସ ଆଜି ଏହି କ୍ରସରରେ କାମ କରୁଥିବା ଦଶରୁ ଉଦ୍ଧ୍ୱର୍ ଶ୍ରମିକ, ଟ୍ରାକ୍ଟର ଚାଳକ, କ୍ରସର ମାଲିକ ସମେତ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ କ୍ରସର ମାଲିକ ବାଲାଜୀ ରେଡି(୩୯), ଟୁକୁନା ବେହେରା(୩୫), ଲକ୍ଷ୍ମଣ ନାୟକ(୪୯),ନିରଞ୍ଜନ ଜେନା (୨୩),ପୁରୁଷୋତ୍ତମ ଚେଣ୍ଟି(୨୭),ଏନ୍.ବୁଲୁ ରେଡି(୩୨), ରାଜୁ ଦାସ(୪୫), ବି.କ୍ରିଷ୍ଣା ରେଡି(୪୭),ଜି.ସନ୍ତେଷ ରେଡି(୨୫),ଏମ୍.ନରସିଂହ ରେଡି(୨୭), ଛେନି ଦଳେଇ(୪୫) ଓ କୋରା ସେଠୀ (୩୨) । ଅନ୍ୟ ଅଭିଯୁକ୍ତ ସନ୍ତୋଷ ବେହେରା ଫେରାର୍ ଅଛି । କୋରା ସେଠୀ ବିସ୍ଫୋରକ ସାମଗ୍ରୀ କ୍ରସର ମାଲିଙ୍କୁ ଯୋଗାଉଥିଲା ବୋଲି ପୁଲିସ କହିଛି । ଦୁଇଟି କ୍ରସରରୁ ୫ଟି ଟ୍ରାକ୍ଟର, ଡ୍ରିଲିଂ ମେସନ୍, କମ୍ପ୍ରସର,୨୫ଟି ଜିଲୋଟିନ୍,୪୫ଟି ଡିଟୋନେଟର୍ ଜବତ ହୋଇଛି । ଗତକାଲି ମଧ୍ୟାହ୍ନରେ କୁକୁଡ଼ାଖଣ୍ଡି ତହସିଲଦାରଙ୍କ ନେତୃତ୍ୱରେ ପୁଲିସ ଏକକାଳୀନ ଦୁଇଟି କ୍ରସର ଉପରେ ଚଢ଼ଉ ହୋଇଥିଲା । ବାଲାଜୀ କ୍ରସରରୁ ୫ଟି ଟ୍ରକ୍ଟର ଓ ୩ ବାଇକ୍ ଜବତ ହୋଇଛି । କ୍ରସର ୟୁନିଟ୍ ମାଲିକ ବି. ବାଲାଜୀ ରେଡିିଙ୍କ ସହ ୧୦ ଜଣ ଓ ପଥର କୁଆରିରୁ ଗୋଟିଏ ଟ୍ରାକ୍ଟର ଜବତ ସହ ୨ ଜଣଙ୍କୁ ଗିରଫ କରିଛି । ଏହାସହିତ ପଥର ଖାଦାନରୁ ୫ଟି ଟ୍ରାକ୍ଟର ଜବତ କରାଯାଇଛି ।


Comments are closed, but trackbacks and pingbacks are open.