କ୍ରାଇମବ୍ରାଞ୍ଚ ଜାରି କଲା ଆଡଭାଇଜରି: କରୋନା ସଂପର୍କରେ କୌଣସି ଭିତ୍ତିହୀନ ଓ ବିଭ୍ରାନ୍ତିକର ତଥ୍ୟ ଦିଅନ୍ତୁ ନାହିଁ

Get real time updates directly on you device, subscribe now.

ଭୁବନେଶ୍ବର: କରୋନା ନେଇ କ୍ରାଇମ୍‌ବ୍ରାଞ୍ଚ୍ ତରଫରୁ ଆଡଭାଇଜରି ଜାରି ହୋଇଛି। ଲୋକଙ୍କୁ ସଚେତନତା କରିବାକୁ କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି। କରୋନା ସଂପର୍କରେ କୌଣସି ଭିତ୍ତିହୀନ ଓ ବିଭ୍ରାନ୍ତିକର ତଥ୍ୟ ଦେବାକୁ ମନା କରିଛି କ୍ରାଇମ୍‌ବ୍ରାଞ୍ଚ।
ସେହିଭଳି କରୋନାକୁ ନେଇ ଫେକ୍ ୱେବ୍‌ସାଇଟ୍ ଓ ଇ-ମେଲ୍ ତିଆରି ନ କରିବାକୁ କୁହାଯାଇଛି। କରୋନା ନାଁରେ ନକଲି ଟିକା ଓ ସାନିଟାଇଜର ବିକ୍ରି ନ କରିବାକୁ କୁହାଯାଇଛି। କରୋନା ସ୍ପେଶାଲ୍ ଅଫର୍ ନାଁରେ କୌଣସି ଜିନିଷକୁ ଅନ୍‌ଲାଇନ୍‌ରେ ବିକ୍ରି କରାଯାଇପାରିବ ନାହିଁ। ହ୍ବାଟ୍‌ସଆପ୍ ଓ ଟେଲିଗ୍ରାମ୍‌ରେ କରୋନା ସଂପର୍କରେ ତଥ୍ୟ ଦେବାକୁ ମନା କରାଯାଇଛି।
ବିଶ୍ବସନୀୟ ସଂସ୍ଥା ତଥା ସରକାରୀ ସ୍ତରର ନିର୍ଭୁଲ ତଥ୍ୟ ଅନୁକରଣ କରିବାକୁ କୁହାଯାଇଛି। ସାଇବର ଠକେଇରୁ ଯଥା ସମ୍ଭବ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମିଥ୍ୟା ଖବର ଓ ଗୁଜବ ପ୍ରଚାର ଭଳି ଘଟଣାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ଆଡଭାଇଜାରି ଜାରି କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons