ଆଇ ଫୋକସ୍ ନିବେଦିତ ଓଡ଼ିଆ ଫିଲ୍ମ ‘କ୍ରେଜି-୪’ । ନିକଟରେ ଫିଲ୍ମର ଟ୍ରେଲ୍ର ରିଲିଜ୍ ହୋଇଥିବାବେଳେ ପୂରା ଫିଲ୍ମକୁ ନିର୍ମାଣ ପଛରେ ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରଯୋଜକ, ନିର୍ଦ୍ଦେଶକ ରହିଛନ୍ତି । ଏଥିରେ ନାୟକ ଶୁଭାଶିଷ, ଅଭିଷେକଙ୍କ ସହ ନାୟିକା ସୂରମୟୀଙ୍କ ଯୋଡ଼ି ଜମିବ । ପ୍ରଥମ ଥର ଏହି ଫିଲ୍ମରେ ଅଭିନେତା ଉତ୍ତମ ମହାନ୍ତି ଏକ ଭିନ୍ନ ଅବତାରରେ ଦେଖାଦେବେ । ସେହିପରି ପିଣ୍ଟୁ ନନ୍ଦ, ସୁଦର୍ଶନ, ତରୁଣ ଓ ଅନ୍ୟମାନେ ଅଭିନୟ କରିଛନ୍ତି । ଫିଲ୍ମର ପ୍ରଯୋଜନା କରିଛନ୍ତି ଜେ. ରଞ୍ଜନ । କାହାଣୀ ସାଙ୍ଗକୁ ନିର୍ଦ୍ଦେଶନାରେ ସମ୍ରାଜ ରହିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍. ଚନ୍ଦ୍ରକାନ୍ତ । ଗୀତ ଲେଖିଛନ୍ତି ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ଏନ୍. ଗୁରୁଦତ୍ତ ଏବଂ ଜିତୁ ବାବୁ । ଫିଲ୍ମର ୬ଟି ଗୀତକୁ ଜଣାଶୁଣା କଣ୍ଠଶିଳ୍ପୀମାନେ ଗାଇଛନ୍ତି । ସିନେମାଟି ଓଡ଼ିଶା ଏବଂ ବାହାରେ ଶୁଟିଂ ହୋଇଛି । ଏହାର କ୍ୟାମେରା ପରିଚାଳନା କରିଛନ୍ତି ଏମ୍. ଗଣେଶନ । କାର୍ଯ୍ୟକାରୀ ପ୍ରଯୋଜକ ଭାବେ ଭାବନୀ ଈଶ୍ୱରନ ଏବଂ ପ୍ରଡକ୍ସନ ଦାୟିତ୍ୱରେ ସୂର୍ଯ୍ୟକାନ୍ତ ରହିଛନ୍ତି । ସିନେମାଟି ଶୀଘ୍ର ରିଲିଜ୍ ହେବ ବୋଲି ଶୁଣିବାକୁ ମିଳୁଛି ।
Comments are closed, but trackbacks and pingbacks are open.