ଭୁବନେଶ୍ୱର,(ବି.ବି.ବୁ୍ୟରୋ, ଆପ୍ର): ସଂଶୋଧିତ ମୋଟର ଯାନ ଆଇନ୍ । ବହୁଗୁଣା ଅଧିକ ତଣ୍ଡ । ଟ୍ରାଫିକ୍ ପୁଲିସର ସଚେତନତା । ସବୁ ସତ୍ତେ୍ୱ ବି କିଛି ଗାଡ଼ିଚାଳକ ବେଫିକର୍ । ଏମିତି ରଙ୍ଗରୁଟ୍ ଗାଡ଼ି ନେବା ଯୋଗୁ ପାଇଁ ଆଜି ଜଣେ ବାଇକ୍ ଚାଳକଙ୍କ ଜୀବନ ଅକାଳରେ ଝଡ଼ି ଯାଇଛି
ହଂସପାଳ ଛକରେ ରଙ୍ଗ ରୁଟ୍ରେ ଯାଉଥିବା ଏକ କ୍ରେନ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତୁ୍ୟ ଘଟିଛି । ସେ ହେଲେ, ଧଉଳି ଥାନା ଅଧୀନ ଇତିପୁର ଗ୍ରାମପଞ୍ଚାୟତ କୁକୁଡାଘାଇ ପାଟଣା ଗାଁର ବିଭୂତି ଭୁଷଣ ପ୍ରଧାନ । ତାଙ୍କ ସମ୍ପର୍କୀୟ ଶକ୍ତି ପ୍ରସାଦ ବେହେରା ଏଥିରେ ଆହତ ହୋଇଛନ୍ତି । ରଙ୍ଗରୁଟ୍ରେ ବେପାରୁଆ କ୍ରେନ୍ଚାଳନା ଅଭିଯୋଗରେ ଜଙ୍କିଆ ଖଡ଼ିପଦର ଅଞ୍ଚଳର ଡ୍ରାଇଭର ସୁମନ୍ତ ରାଉତରାୟଙ୍କୁ ପାହାଳ ଫାଣ୍ଡି ପୁଲିସ ଗିରଫ କରିଛି ।
ମିଳିଥିବା ସୂଚନା ମୁତାବକ, ବିଭୁତି ଓ ଶକ୍ତି ଆଜି ପୂର୍ବାହ୍ନ ୧୧ଟା ବେଳେ ବାଇକ୍ (ଓଡି୦୨ୟୁ ୫୪୭୧) ଯୋଗେ ହଂସପାଳ ନିକଟରେ ଥିବା ସିମ୍ପୋନୀ ମଲ୍ ନିକଟ ଆପ୍ରୋଚ ରାସ୍ତାରେ ଯାଉଥିଲେ । ଏହି ସମୟରେ ସାମ୍ନା ପଟୁ ରଙ୍ଗରୁଟ୍ରେ ଆସୁଥିବା ଏକ କ୍ରେନ୍ (ଓଡି୦୫ଭି ୭୭୨୬) ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ବିଭୂତିଙ୍କ ମୃତୁ୍ୟ ଘଟିଥିଲା । ସ୍ଥାନୀୟ ଲୋକ ଆହତ ଶକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ । ପୁଲିସ୍ ବିଭୂତିଙ୍କ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ କରିବାକୁ ପଠାଇଛି । କ୍ରେନ୍ ଓ ବାଇକ୍କୁ ଜବତ କରିଛି । ଏନେଇ ୨୨୩/୨୯କେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି ।
ସଂଶୋଧିତ ମୋଟର ଯାନ ଆଇନ୍ କୋହଳ ହେବା ପରେ ଏହା ହେଉଛି ରାଜଧାନୀର ପ୍ରଥମ ଦୁର୍ଘଟଣାଜନିତ ମୃତୁ୍ୟ । ତାହା ପୁଣି ନିୟମ ନ ମାନି ଗାଡ଼ି ଚଳାଇବା ଯୋଗୁ । ଉଲ୍ଲେଖଯୋଗ୍ୟ, ୧୦ ଦିନ ମଧ୍ୟରେ ରାଜଧାନୀରେ ସଡ଼କ ଦୁର୍ଘଟଣାରେ ପ୍ରାଣହାନୀ ହୋଇ ନଥିଲା ।
Comments are closed, but trackbacks and pingbacks are open.