କ୍ଲିନିକ୍ରେ ରୋଗୀ ମୃତୁ୍ୟରୁ ଉତ୍ତେଜନା

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ବ୍ରହ୍ମାନଗରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରୋଗୀ ମୃତୁ୍ୟକୁ ନେଇ ଉତ୍ତେଜନା । ସୋମବାର ରାତିରେ ଅପରେସନ୍ର କିଛି ସମୟ ପରେ ମହିଳାଙ୍କ ମୃତୁ୍ୟ ଘଟିଥିଲା । ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ କର୍ମଚାରୀ, ଡାକ୍ତର ଓ ମାଲିକଙ୍କୁ ମାଡ ମାରିଥିଲେ । ଉତ୍ତେଜନା ପ୍ରକାଶ ପାଇବାରୁ ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଅପରପକ୍ଷରେ ଏହି ଘଟଣା ପରେ ମଙ୍ଗଳବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରର ବିଭିନ୍ନ ଘରୋଇ ଡାକ୍ତରଖାନା, କ୍ଲିନିକ୍ ଆଦି ଯାଞ୍ଚ କରାଯାଇଛି ।
ଅଭିଯୋଗ ହୋଇଛି ଯେ, ସୋମବାର ଅପରାହ୍ଣରେ ଲାଞ୍ଜିପଲ୍ଲୀ ଅଞ୍ଚଳର ଶୁଭ୍ରଜିତ ମହାନ୍ତିଙ୍କ ପତ୍ନୀ ଐଶ୍ୱର୍ଯ୍ୟା ସିଂହଦେଓଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମାନଗରସ୍ଥିତ ଉକ୍ତ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଅଲ୍ଟ୍ରାସାଉଣ୍ଡ୍ ପରେ ଆପେଣ୍ଡିସାଇଟିସ୍ ଥିବା ଜଣାପଡ଼ିଥିଲା । ଡାକ୍ତରଙ୍କ ପରାମର୍ଶରେ ପରିବାର ଲୋକ ଅସ୍ତେ୍ରାପଚାର ପାଇଁ ରାଜି ହୋଇଥିଲେ । ଏଥିପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷ ୧୫ ହଜାର ଟଙ୍କା ଜମା କରିବାକୁ କହିବା ସହ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ମଧ୍ୟ ଅର୍ଥ ଦେବାକୁ କୁହାଯାଇଥିଲା । ସମସ୍ତ ସର୍ତ୍ତରେ ପରିବାର ଲୋକ ରାଜି ହେବା ପରେ ସନ୍ଧ୍ୟା ୮ଟାରେ ଅସ୍ତେ୍ରାପଚାର ଆରମ୍ଭ ହାଇଥିଲା । ଅପରେସନ୍ ସଫଳ ହୋଇଥିବା ଡାକ୍ତର କହିଥିବା ବେଳେ କିନ୍ତୁ ରୋଗୀଙ୍କ ଷ୍ଟିଚ୍ ନପକାଇ ଚାଲି ଯାଇଥିଲେ ବୋଲି ଅଭିଯୋଗ ହୋଇଛି । ଅପରେସନ୍ ପରେ ଜରୁରୀକାଳୀନ ସ୍ଥିତି ପାଇଁ ପାଖରେ ଆନାସ୍ଥେସିଆ ବିଶେଷଜ୍ଞ କିମ୍ବା ମେଡିକାଲ୍ର ଅନ୍ୟ କେହି କର୍ମକର୍ତ୍ତା ନଥିଲେ । ଐଶ୍ୱର୍ଯ୍ୟାଙ୍କ ଚେତା ଫେରିବାରେ ବିଳମ୍ୱ ହୋଇଥିଲା । ସଂଜ୍ଞା ଫେରି ପାଇବା ପରେ ପ୍ରବଳ ଯନ୍ତ୍ରଣା ହେଉଥିବା କହିଥିଲେ ସେ ଏବଂ ପୁଣି ଚେତାଶୂନ୍ୟ ହୋଇଯାଇଥିଲେ । ଐଶ୍ୱର୍ଯ୍ୟାଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ଡାକ୍ତରଙ୍କୁ ଫୋନ୍ କରି ଡକାଯାଇଥିଲା । ତେବେ ଡାକ୍ତର ଆସିବା ବେଳକୁ ତାଙ୍କର ମୃତୁ୍ୟ ହୋଇ ସାରିଥିଲା ।
ମୃତୁ୍ୟ ଖବର ପାଇବା ପରେ ହସ୍ପିଟାଲ୍ରେ ଗହଳି ବଢିଥିଲା । ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜିତ ପରିବାର ଲୋକ, ସମ୍ପର୍କୀୟ ଓ ସାଧାରଣ ଲୋକ କର୍ମଚାରୀ, ଡାକ୍ତର ଓ ମାଲିକଙ୍କୁ ପିଟିଥିଲେ । ବୈଦ୍ୟନାଥପୁର ଥାନା ଆଇଆଇସି ସାରଦା ପ୍ରସନ୍ନ ଦାଶ ସଦଳବଳ ପହଞ୍ଚିଥିଲେ । ପରେ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ମଧ୍ୟ ପହଞ୍ଚିଥିଲେ ଓ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡାକ୍ତର ଓ ମାଲିକଙ୍କୁ ଉଦ୍ଧାର କରିଥିଲା । ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି । ମୃତଦେହ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମଙ୍ଗଳବାର ବ୍ୟବଛେଦ କରାଯାଇଛି । ଅତ୍ୟଧିକ ନିଶା (ଆନାସ୍ଥେସିଆ) ଦେବାରୁ ରୋଗୀଙ୍କ ମୃତୁ୍ୟ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡଥିବା କୁହାଯାଇଛି ।
ଅପରପକ୍ଷରେ ରୋଗୀ ମୃତୁ୍ୟ ଅଭିଯୋଗ ପରେ ଇଏମ୍ ଏନ୍ଫୋର୍ସମେଣ୍ଟ୍ ଟିମ୍ ଓ ମେଡିକାଲ୍ ଅଫିସର୍ଙ୍କୁ ନେଇ ଗଠିତ ଦଳ ସହରର ବିଭିନ୍ନ ଘରୋଇ ଡାକ୍ତରଖାନା ଯାଞ୍ଚ କରିଛନ୍ତି । ଭିତ୍ତିଭୂମି, ରୋଗୀ ଚିକିତ୍ସା ଆଦି ତନଖି କରିଛନ୍ତି । କେତେକ ସ୍ଥାନରେ ଅନିୟମିତତା ଥିବାର ଜଣାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କୁ ଏ ବାବଦରେ ରିପୋର୍ଟ ପ୍ରଦାନ କରାଯିବ । କ୍ଲିନିକାଲ୍ ଇଷ୍ଟାବ୍ଲିଶ୍ମେଣ୍ଟ୍ ଆକ୍ଟ, ପିସିପିଏନ୍ଡିଟି ଆକ୍ଟ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons