କ୍ଷୁଦ୍ରଶିଳ୍ପକୁ ବୋଝ ପୁରୁଣା କମ୍ପ୍ୟୁଟର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ୪ ବର୍ଷରୁ ଅଧିକ ପୁରୁଣା କଶ୍ଛ୍ୟୁଟରର ବ୍ୟବହାର ଓଡ଼ିଶାର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍ଏମ୍ଇ)ଙ୍କ ବୋଝ ବଢ଼ାଉଛି । ଏଭଳି ବ୍ୟକ୍ତିଗତ କମ୍ପ୍ୟୁଟର (ପିସି)ର ରକ୍ଷଣାବେକ୍ଷଣ ପାଇଁ ଏସ୍ଏମ୍ଇଗୁଡ଼ିକୁ କମ୍ପ୍ୟୁଟର ପିଛା ପ୍ରାୟ ୯୩,୫୦୦ ଟଙ୍କା ବୋଝ ସହିବାକୁ ପଡ଼ୁଛି । ଏପରିକି ଏହା ସେମାନଙ୍କର ଉତ୍ପାଦକତା କମାଉଛି । ନିରାପତ୍ତା ବିପଦର ଆଶଙ୍କା ବି ବୃଦ୍ଧି ପାଉଛି । ମାଇକ୍ରୋସଫ୍ଟ ପକ୍ଷରୁ କରାଯାଇଥିବା ଟେକ୍ଆଇଲ୍ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି ।
ମାଇକ୍ରୋସଫ୍ଟ ଇଣ୍ଡିଆ କଣ୍ଟ୍ରି ଜେନେରାଲ୍ ମ୍ୟାନେଜର (ଉପଭୋକ୍ତା ଓ ଡିଭାଇସ୍) ପ୍ରିୟଦର୍ଶୀ ମହାପାତ୍ର କହିଛନ୍ତି, ଭୁବନେଶ୍ୱର ସମେତ ଦେଶର ୨୧ଟି ସହରରେ କମ୍ପାନି ପକ୍ଷରୁ ଏସ୍ଏମ୍ଇଗୁଡ଼ିକର ବ୍ୟକ୍ତିଗତ କମ୍ପ୍ୟୁଟର ବ୍ୟବହାର ନେଇ ସର୍ଭେ କରାଯାଇଥିଲା । ଏହି ସର୍ଭେର ରିପୋର୍ଟ ମୁତାବକ, ୩୧ଧ କ୍ଷୁଦ୍ର ଶିଳ୍ପଗୁଡ଼ିକର କମ୍ପ୍ୟୁଟର ୪ ବର୍ଷରୁ ଅଧିକ ପୁରୁଣା । ୪୯ଧ ବଡ଼ ଏସ୍ଏମ୍ଇର କଶ୍ଛ୍ୟୁଟରଗୁଡ଼ିକ ବହୁ ପୁରୁଣା ।
ସାଧାରଣତଃ ଭାବେ ଏକ ପିସିକୁ ସାଢ଼େ ୪ ବର୍ଷ ପରେ ପରିବର୍ତ୍ତନ କରାଯିବା ଉଚିତ । କିନ୍ତୁ ସଚେତନତା ଅଭାବରୁ ବହୁ ଉଦ୍ୟୋଗ ସେମାନଙ୍କ ପିସି ବଦଳାଉ ନାହାନ୍ତି । ପୁରୁଣା କମ୍ପ୍ୟୁଟରର ମରାମତି ଓ ରକ୍ଷଣାବେକ୍ଷଣ କରି ଚଳାଉଛନ୍ତି । ଏହାଦ୍ୱାରା ସେମାନଙ୍କୁ ଉତ୍ପାଦକତା କ୍ଷତି ସହିବାକୁ ପଡ଼ୁଛି । ହିସାବ ମୁତାବକ, ପ୍ରତି ପୁରୁଣା କମ୍ପ୍ୟୁଟର ପିଛା କ୍ଷୁଦ୍ର ଶିଳ୍ପକୁ ପ୍ରାୟ ୯୩,୫୦୦ ଟଙ୍କାର କ୍ଷତି ସହିବାକୁ ପଡ଼ୁଛି । ଏହି ଆଉଟ୍ଡେଟେଡ୍ ଡିଭାଇସ୍ ପାଇଁ ହେଉଥିବା ଖର୍ଚ୍ଚରେ ୩ଟି ନୂଆ ଓ ଆଧୁନିକ କମ୍ପ୍ୟୁଟର କିଣାଯାଇ ପାରିବ ବୋଲି ସେ କହିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି, ଓଡ଼ିଶାରେ ୧୯ ଲକ୍ଷରୁ ଅଧିକ ଏମ୍ଏସ୍ଏମ୍ଇ ରହିଛି । କୃଷି ପରେ ଏମ୍ଏସ୍ଏମ୍ଇ କ୍ଷେତ୍ର ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଛି । ସେହିଭଳି ୨୦୨୦ ସୁଦ୍ଧା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ୩ ଷ୍ଟାର୍ଟଅପ୍ ହବ୍ ମ୍ମରେ ସ୍ଥାନିତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି । ଏଣୁ ରାଜ୍ୟର ଏମ୍ଏସ୍ଏମ୍ଇଗୁଡ଼ିକ ସେମାନଙ୍କର ପୁରୁଣା କମ୍ପ୍ୟୁଟରକୁ ବଦଳାଇ ନୂଆ କମ୍ପ୍ୟୁଟର ବ୍ୟବହାରକୁ ଗୁରୁତ୍ୱ ଦେବା ଉଚିତ ।
ମାଇକ୍ରୋସଫ୍ଟ ଇଣ୍ଡିଆ କଣ୍ଟ୍ରି ମ୍ୟାନେଜର କହିଛନ୍ତି, ୨୦୨୦ ଜାନୁଆରୀ ୧୪ରୁ କଶ୍ଛାନି ୱିଣ୍ଡୋଜ୭ ଅପରେଟିଂ ସିଷ୍ଟମ୍ ପାଇଁ ସପୋର୍ଟ ବନ୍ଦ କରିବ । ଏଣୁ ଏହି ଅବଧି ମଧ୍ୟରେ ୱିଣ୍ଡୋଜ୭ ବ୍ୟବହାର କରୁଥିବା ଏସ୍ଏମ୍ଇ ଓ ବ୍ୟକ୍ତିବିଶେଷ ନିଜ କମ୍ପ୍ୟୁଟରର ସଫ୍ଟୱେରକୁ ୱିଣ୍ଡୋଜ୧୦କୁ ଅପ୍ଗ୍ରେଡ୍ କରିନେବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons